ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ କଟକ ସମେତ ୬ ଟି ସ୍ଥାନରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ବିପୁଳ ଟଙ୍କା ଓ ସୁନା ଅଳଙ୍କାର ସହ ଛାତ୍ରଛାତ୍ରୀଙ୍କ ଆଇକାର୍ଡ ମଧ୍ୟ ଜବତ ହୋଇଛି । ଯାହା ବିରଞ୍ଚିଙ୍କୁ ସନ୍ଦେହ ଘେରକୁ ଆଣୁଛି । ପ୍ରଶ୍ନ ଉଠୁଛି ଘରକୁ ଏତେ ଛାତ୍ରଛାତ୍ରୀଙ୍କ ଆଇକାର୍ଡ ଆସିଲା କେଉଁଠୁ ? ଏହା ଷ୍ଟାଫ ସିଲେକ୍ସନ ନିଯୁକ୍ତି ପ୍ରକ୍ରିୟାରେ ବଡ଼ ଧରଣର ହେରଫେର ହୋଇଥିବା ଇଙ୍ଗିତ କରୁଛି । ଚାକିରୀ ଦେବାକୁ କହି ବିରଞ୍ଚି ଠୁଳ କରି ନାହାଁନ୍ତି ତ କୋଟି କୋଟି ଟଙ୍କା ? ଟଙ୍କା ଦେଲେ ଚାକିରୀ କରାଇଦେଉଥିବା ଭଳି ଅଭିଯୋଗ ପୂର୍ବରୁ ଷ୍ଟାପ ସିଲେକ୍ସନ କମିଶନ ନାଁରେ ବହୁ ଥର ଆସିଛି ।
ପ୍ରଶ୍ନ ଉଠୁଛି ଏତେ ଟଙ୍କା ଠୁଳ କରିବା ପଛରେ କେହି ଉପରିସ୍ଥ ଅଧିକାରୀ ସଂପୃକ୍ତ ନାହାନ୍ତି ତ ? ଯଦି ସଂପୃକ୍ତ ଥାନ୍ତି ତେବେ ସେମାନଙ୍କ ନିକଟରେ ପହଞ୍ଚି ପାରିବ ତ ଭିଜିଲାନ୍ସ ?