ଅର୍ଗସ ବ୍ୟୁରୋ: ରାଜ୍ୟବ୍ୟାପୀ ପକ୍ଷୀଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ରାଜ୍ୟବ୍ୟାପି ବନଖଣ୍ଡ ଓ ଜଳାଶୟରେ ଶୁକ୍ରବାର ଠାରୁ ପକ୍ଷୀଗଣନା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜି ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି ଭିତରକନିକାରେ ବିଦେଶାଗତ ପକ୍ଷୀମାନଙ୍କ ଗଣନା କାମ । ଏନେଇ ବନବିଭାଗ ନିଷ୍ପତି ନେଇଛି । ଏହି ପକ୍ଷୀମାନଙ୍କ ଗଣନା ପାଇଁ ୧୮ ଟି ଟିମ ଗଠନ ହୋଇଛି । ପ୍ରତିଟି ଟିମରେ ୪ ରୁ ୫ ଜଣ ସଦସ୍ୟ ରହିଛନ୍ତି । ଏହି ଗଣନା ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ କରାଯିବ ।
ବମ୍ବେ ନେଚୁରାଲ ହିଷ୍ଟ୍ରି ସୋସାଇଟର ଡେପୁଡି ଡାଇରେକ୍ଟର ଡକ୍ଟର ଏସ ବାଲଚନ୍ଦ୍ରନଙ୍କ ନେତୃତ୍ୱରେ ଏହି ଗଣନା କରାଯିବ । ମଠଆଡିଆ , ଗହିରମଥା, ସାତଭାୟା, ସମୁଦ୍ର ଉପକୂଳ ଓ ବିଭିନ୍ନ ଜଳାଶୟ ମାନଙ୍କରେ ଏହି ପକ୍ଷୀଗଣନା କରାଯିବ ବୋଲି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

