ଅର୍ଗସ ବ୍ୟୁରୋ: ବାର୍ଡ ଫ୍ଲୁ ସତର୍କତା ପାଇଁ ଖୋଲିଛି ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍ । ବାର୍ଡ ଫ୍ଲୁ ସଂପର୍କିତ ତଥ୍ୟ କିମ୍ବା ଅସ୍ୱାଭାବିକ ପକ୍ଷୀ ମଡକ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନମ୍ବର ହେଉଛି-୦୬୭୧ ୨୪୧୪୩୧୦, ୭୯୭୮୧୦୫୫୩୮, ୯୪୩୭୩୧୩୧୮୩ । ରାଜ୍ୟରେ ସମ୍ଭାବ୍ୟ ବାର୍ଡ ଫ୍ଲୁ ଭୟକୁ ନେଇ ଆଗୁଆ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଏହି ମହାମାରୀ ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ୍ ଓ ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ , ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବାର୍ଡ ଫ୍ଲୁ ମାମଲା ଚିହ୍ନଟ କରାଯାଇ ନାହିଁ । ରାଜ୍ୟରେ ୧୧ ହଜାର ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଗୋଟିଏ ବି ମାମଲା ପଜିଟିଭି ଆସି ନାହିଁ । ତେବେ ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳପ୍ରଦେଶ ଓ କେରଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଖବର ରହିଛି ।
ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଯୋଗୁ ହଜାର ହଜାର ପକ୍ଷୀ ମରୁଥିବା ବେଳେ ଓଡ଼ିଶାରେ କିନ୍ତୁ ଏପରି ସ୍ଥିତି ଦେଖାଦେଇ ନ ଥିବା ନେଇ ଗତକାଲି ସ୍ପଷ୍ଟ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କିନ୍ତୁ ଆଜି ଖୋର୍ଦ୍ଧା ଜିଲ୍ଲାର ଏକ ଫାର୍ମରେ କୁକୁଡ଼ା ମଡ଼କ ଦେଖିବା ପରେ ସତର୍କତାମୂଳକ ପଦକ୍ଷେପ ଆଣାଇଛନ୍ତି ସରକାର।