ପ୍ରବଳ ଖରା ଯୋଗୁଁ ସହରରେ ପାଣି ସଙ୍କଟ ଦେଖାଦେଇଛି । ଯାହା କିଛି ପ୍ରାକୃତିକ ନାଳ ଥିଲା ତାହା ବି ଶୁଖିଯାଇଛି । ଏପରି ପରିସ୍ଥିତିରେ ସହରରେ ବୁଲୁଥିବା ବୁଲା କୁକୁର ଏବଂ ଗାଇଗୋରୁମାନେ ପାଣି ପିଇବାରେ ଅସୁବିଧାର ସମ୍ମୁଖୀନ ହେଉଛି । ଏପରି କି ପାଣି ଯୋଗୁଁ ଡହଳ ବିକଳ ପରିସ୍ଥିତି ସୃଷ୍ଟି ହେଉଛି । ପ୍ରବଳ ଗରମରେ ଦିନ ତମାମ ପଶୁପକ୍ଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏସ୍ଆରସିଙ୍କ ଗାଇଡଲାଇନା ବା ଏସ୍ଓପି ଅନୁସାରେ ଖରାଦିନେ ସହର ଭିତରେ ରହୁଥିବା ପଶୁପକ୍ଷୀମାନଙ୍କ ପାଇଁ ଜଳଛତ୍ର ଖୋଲିବ । ପ୍ରତି ଛକରେ ବୁଲା ପଶୁପକ୍ଷୀଙ୍କ ପାଇଁ ଜଳଛତ୍ର ରହିବ । ପ୍ରତିଦିନ ବିଏମ୍ସି ପକ୍ଷରୁ ଏଥିରେ ପାଣି ରଖାଯିବ । ଏହା ଦ୍ଵାରା ବାହାରେ ବୁଲୁଥିବା ପଶୁପକ୍ଷୀ ଉପକୃତ ହେବେ । ହେଲେ ଏପ୍ରିଲ ମାସ ଶେଷ ସୁଦ୍ଧା ଜଳଛତ୍ର ଖୋଲଯାଇନି । ଫଳରେ ପାଣି ପିଇବା ପାଇଁ ବୁଲା ପଶୁପକ୍ଷୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେପଟେ ଆନିମଲ well fare trustର ମୁଖ୍ୟ କହିଛନ୍ତି ସାଧରଣ ଲୋକେ ନିଜ ନିଜ ଘରେ ହେଉ ବା ବାହାରେ ବୁଲା ଗାଇଗୋରୁ ଠାରୁ ପଶୁ ପକ୍ଷୀଙ୍କ ପାଇଁ ପାଣି କୁଣ୍ଡ କରନ୍ତୁ । ପଶୁ ପକ୍ଷୀଙ୍କ ପାଇଁ ବିଏମସି କରୁଛି ସ୍ବତନ୍ତ୍ର ବ୍ୟବସ୍ଥା, ଯାହା କେବଳ କାଗଜ କଲମରେ ସୀମିତ ରହୁଛି । କେବେ ଏମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରାଯିବ ତାହା ଦେଖିବାକୁ ବାକି ରହିଲା ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...