ଗତ ଅକ୍ଟୋବର 26 ତାରିଖରେ ଜେଲରୁ ମୁକୁଳିବା ପରେ ଅମୃତଶର ଠାରେ ତାଙ୍କୁ ଏକ କ୍ଵାରେନଣ୍ଟାଇନ ସେଂଟରରେ ରଖାଯାଇଥିଲା । ତାଙ୍କୁ ସୁନ୍ଦରଗଡ ଅ।ଣିବାକୁ ଯାଇଛି ଜିଲ୍ଲା ପ୍ରଶାସନର ସ୍ଵତନ୍ତ୍ର ଟିମ,ଟିମରେ ଅଛନ୍ତି କୁତ୍ରା ବ୍ଲକ ସଂପ୍ରସାରଣ ଅଧିକାରୀ ମଦନ ସିଂ ।
ପାକିସ୍ତାନରେ ପ୍ରତାରଣର ୨୦ ବର୍ଷ । ପରିବାର ଓ ଦେଶଠୁ ଦୂରରେ ଯାତନା ଭରା ଜୀବନ । କିନ୍ତୁ କେନ୍ଦ୍ରସରକାରଙ୍କ ଚେଷ୍ଟା ପରେ ଘରକୁ ଫେରୁଛନ୍ତି ଓଡ଼ିଆ ପୁଅ ବିର୍ଜୁ । ତେବେ ବିର୍ଜୁ ବଞ୍ଚିଛନ୍ତି ନା ନାହିଁ ? ଜାଣି ନ ଥିଲା ପରିବାର । ଏବେ ଅପେକ୍ଷା କେବେ ନିଜ ଗାଁକୁ ଫେରିବେ ଓଡ଼ିଆ ପୁଅ ବିର୍ଜୁ ।