ଏପଟେ ସ୍ଥାନୀୟ ଲୋକ ସାରିକଙ୍କୁ ହାଜତରେ ପୋଲିସ ହତ୍ୟା କରିଥିବା ନେଇ ବିରମିତ୍ରପୁର ଥାନା ଘେରାଉ କରିଛନ୍ତି। ଘଟଣା ସ୍ଥଳରେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ଛାନ ଭିନ ଆରମ୍ଭ କରିଛନ୍ତି।
ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା, ଥାନା ଘେରାଉ
ସୁନ୍ଦରଗଡ: ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାର ପୃଷ୍ଠଭୂମି। ରାଉରକେଲାରେ ଯୁବ ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କୁ ବୀରମିତ୍ରପୁର ବିଜାବାହାଲ କ୍ରସରରୁ ଅପହରଣ ମାମଲାରେ ପ୍ରାଇମ ଆକ୍ୟୁଜ ଥିଲା ସାରିକ ଅଲିମ। ସାରିକଙ୍କୁ ଥାନାରେ ରଖି କରାଯାଉଥିଲା ଜେରା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ କୁଆଁରମୁଣ୍ଡା ଏବଂ ପରେ ଆରଜିଏଚ ନେଇଯାଇଥିବା ବେଳେ ହସ୍ପିଟାଲରେ ପହଂଚିବା ପୁର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
Download Argus News App
