ସେହିପରି ଶବର ସମାଜର ଗୁରୁ ଟିକି ବାବା ଯୋଗଦେଇ ସମସ୍ତଙ୍କୁ ପୁଷ୍ପ ଆଶୀର୍ବାଦ ଦେଇଥିଲେ । ପ୍ରଥମେ ହଜାର ହଜାର ସଂଖ୍ୟାରେ ମହିଳା ମାନେ କଳସ ଯାତ୍ରା କାର୍ଯ୍ୟକ୍ରମ କରିଥିବାବେଳେ ଶବର ସମାଜର ଇଷ୍ଟ ଦେବତାଙ୍କୁ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶବର ସମାଜ ରେ ଥିବା କୁସଂସ୍କାର , ନାରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବା , ସଂରକ୍ଷଣ ବିଧି ଅନୁସାରେ ସରକାର ଶବର ସମ୍ପ୍ରଦାୟ ର ଲୋକଙ୍କୁ ଅଣଦେଖା କରୁଥିବା ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଚର୍ଚ୍ଚା ହୋଇଥିଲା। ଅନେକ ସମୟରେ ଚାକିରି ସହ ରାଜନୈତିକ କ୍ଷେତ୍ରରେ ଶବର ସମାଜକୁ ଅଣଦେଖା କରାଯାଉଛି। ସେହିପରି ଜିଲ୍ଲାରେ ଛଅ ଜଣ ଯୁବକ ପ୍ରଶାସନିକ କ୍ଷେତ୍ରରେ ଓଏଏସ ପାଇ ଥିବାରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଶବର ସମାଜର ଯୁବତୀ ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।
ବିଶ୍ୱାବସୁ ଶବର ସମାଜର ନୂଆଖାଇ ଭେଟଘାଟ
ଅର୍ଗସ ବ୍ୟୁରୋ: ସରି ଯାଇଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ ।ହେଲେ ସରିନାହିଁ ନୂଆପଡ଼ା ଭେଟଘାଟ। ଆଜି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରେଶ୍ୱର ଠାରେ ବିଶ୍ୱାବସୁ ଶବର ସମାଜ କଲ୍ୟାଣ ସମିତି ନୂଆପଡ଼ା ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସଭାପତି ସୋମନାଥ ଖମାରୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇଥିବା ବେଳେ କଳାହାଣ୍ଡି, ବଲାଙ୍ଗୀର ,ପଡୋଶୀ ଛତିଶଗଡ଼ରୁ ସମାଜ ପ୍ରେମୀ ନେତା ମାନେ ଯୋଗଦେଇଥିଲେ।
Download Argus News App
