ମୁଖ୍ୟ ଜନସମ୍ପର୍କ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ସାହୁ ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ଉପ ମୁଖ୍ୟ ଭଣ୍ଡାର ପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିଲେ । ରେଳବାଇର କାର୍ଯ୍ୟ ସମ୍ପାଦନାରେ ସାମଗ୍ରୀ ପରିଚାଳନାରେ ତାଙ୍କର ବଳିଷ୍ଠ ଅଭିଜ୍ଞତା ରହିଛି । ସେ ବିଶାଖାପାଟନମ ଠାରେ ସିନିୟର ମ୍ୟାଟେରିଆଲ୍ ମ୍ୟାନେଜର ଓ ଡିଭିଜନାଲ ମ୍ୟାଟେରିଆଲ୍ ମ୍ୟାନେଜର ଏବଂ ଭୁବନେଶ୍ୱରର ମଞ୍ଚେଶ୍ୱର ଠାରେ ଥିବା ରେଳ ଡବା ମରାମତି କାରଖାନା ଠାରେ ସିନିୟର ମ୍ୟାଟେରିଆଲ୍ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି ।
ଭୁବନେଶ୍ୱର ସ୍ଥିତ କଲେଜ ଅଫ ଇଂଜିନିୟରିଂରୁ ବି.ଟେକ ଏବଂ ଆଇ.ଆଇ.ଟି. କାନପୁରରୁ ଏମ.ଟେକ ସମାପ୍ତ କରିବା ପରେ ଶ୍ରୀ ସାହୁ 2013 ରେ ଭାରତୀୟ ରେଳବାଇରେ ଯୋଗ ଦେଇଛନ୍ତି । ସେ ଓଡ଼ିଶାର ଦେବଗଡ଼ ଜିଲ୍ଲା ବୁଢାପାଳ ନିବାସୀ ପୁରୁଷୋତ୍ତମ ସାହୁଙ୍କ ସୁପୁତ୍ର ଅଟନ୍ତି ।