ଅଧିକ ଦେଖନ୍ତୁ :
ଢେଙ୍କାନାଳ: ଓଡ଼ିଆ ଝିଅର ସାହାସିକତା । ବଡ ବଡ ବ୍ୟକ୍ତିତ୍ୱଙ୍କ ଠାରୁ ପ୍ରଶଂସା ସାଉଁଟୁଛନ୍ତି ପର୍ବତାରୋହୀ ବିଭାରାଣୀ ପାତ୍ର। ଆଜ୍ଞା ଆମେ କହୁଛୁ ଢେଙ୍କାନାଳ ଝିଅ ବିଭାରାଣୀଙ୍କ କଥା। ଯିଏ କି ଆଫ୍ରିକାର କିଲିମାଞ୍ଜାରୋ ପାହାଡ ଚଢିବା ନେଇ ଆଶା ଦୃଢ ହୋଇଛି। ୧୯ ହଜାର ୩୪୧ ଫୁଟ ଉଚ୍ଚତାକୁ ଚଢି ପୁଣି ସୃଷ୍ଟି କରିବେ ସଫଳତାର କିର୍ତ୍ତୀମାନ। ଏନେଇ ବିଭାରାଣୀ ଭୁବନେଶ୍ୱର ବିମାନ ବନ୍ଦରରୁ ଆଫ୍ରିକା ଅଭିମୁଖେ ଯାତ୍ରା କରିଛନ୍ତି।
ଏହା ପୂର୍ବରୁ ବିଭିନ୍ନ ଦୁଃଶାହସିକ କାର୍ଯ୍ୟରେ ୧୨ଶହ ୫୩ଟି ପୁରସ୍କାର ପାଇସାରିଥିବା ବିଭାରାଣୀ ଆଉ ଏକ କିର୍ତ୍ତି ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଯଦି ସେ କିଲିମାଞ୍ଜାରୋ ପାହାଡ ଚଢିବାରେ ସଫଳରେ ହେଲେ ତେବେ ତାଙ୍କ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡି ହେବ। ବିଭାରାଣୀଙ୍କ ମନବଳ ଦୃଢ କରିବା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଆସୁଥିବାବଳେଳେ ବିଭାରାଣୀଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋନ କରି କଥା ହେବା ଶଭେଚ୍ଛା ଜଣାଇଛନ୍ତି। କିଲିମାଞ୍ଜାରୋ ପାହାଡ ଚଢିବାରେ ସଫଳ ହୁଅ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ବିଭାରାଣୀ ପାତ୍ର ଯେଉଁ କିଲିମାଞ୍ଜାରୋ ପାହାଡ ଚଢିବାକୁ ଯାଉଛନ୍ତି ତାହା ଆଫ୍ରିକାର ସବୁଠାରୁ ଉଚ୍ଚଚତମ ପର୍ବତ । ପୃଥିବୀର ସମୁଦ୍ର ପତ୍ତନଠାରୁ ସର୍ବୋଚ୍ଚ ଏକକ ମୁକ୍ତ-ସ୍ଥାୟୀ ପର୍ବତ ହେଉଛି କିଲିମାଞ୍ଜାରୋ ପାହାଡ ।
ଅଧିକ ଦେଖନ୍ତୁ :
ଅର୍ଗସ ବ୍ୟୁରୋ: ରାୟଗଡ଼ା ଜିଲା ଗୁଡାରୀ ରେ 1998 ମସିହା ରେ ସ୍ଥାପନ ହୋଇ ଥିଲା ଯୁକ୍ତ ତିନି ସ୍ନାତକ ମହା ବିଦ୍ୟାଳୟ l ଗୁଡାରୀ ଏବଂ ଚନ୍ଦ୍ରପୁର ପାଇଁ ଗୋଟିଏ ମାତ୍ର ଡିଗ୍ରୀ କଲେଜ l ଏହି ମହାବିଦ୍ୟାଳୟରେ 300 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ 5 ଗୋଟି ଶ୍ରେଣୀ କକ୍ଷ ରେ କରୁଥିଲାବେଳେ 5 ଜଣ ଅଧ୍ୟାପକ ଅଛନ୍ତି l ଡିସେମ୍ବର ରେ ପିଲାଙ୍କ ପରୀକ୍ଷା ଥିବା ବେଳେ ପୂର୍ବରୁ ପିଲାଙ୍କ କୌଣସି ବିକଳ୍ପ ଶ୍ରେଣୀ ଗୃହ ର ବ୍ୟବସ୍ଥା ନ କରାଯାଇ ପୁରୁଣା ଶ୍ରେଣୀଗୃହ କୁ ମରାମତି କରିବା ପାଇଁ ଭାଙ୍ଗି ଦିଆଯାଇଛି l କଲେଜ ଉନ୍ନୟନ ପାଇଁ 2023 - 24 ଆର୍ଥିକ ବର୍ଷ ରେ ମୁଖ୍ୟମନ୍ତ୍ର ଙ୍କ ସ୍ଵତନ୍ତ୍ର ସହାୟତା ଯୋଜନାରେ 25 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l କଥା ଦେଇଥିଲେ ଏକ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରି ନୂଆ ଶ୍ରେଣୀଗୃହ ହସ୍ତାନ୍ତର କରିବାକୁ l କିନ୍ତୁ ପ୍ରତିଶ୍ରୁତି କେବଳ ପାଣିର ଗାର ଭଳି ହେଲା l
ସେପ୍ଟେମ୍ବରରୁ ମହା ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ସମସ୍ତ ଶ୍ରେଣୀଗୃହ ଭାଙ୍ଗିଦିଆ ଯାଇ ଆଜି ଯାଏ କୌଣସି ପ୍ରକାର ସୁବିଧା ନ କରାଯାଇଥିବାରୁ ଛାତ୍ର ଛାତ୍ରୀ ମାନେ ବହୁତ୍ ଅସୁବିଧା ର୍ ସମୂଖୀନ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ l ଅଭିଭାବକ ମାନେ ଉନ୍ନୟନ କାମ କୁ ସ୍ଵାଗତ କରିଥିଲେ ମଧ୍ଛାୟ ଛେତ୍ଛାରତ୍ରୀଙ୍କ ପ୍ରତି ଏପରି ଅବହେଳା କୁ ନାପସନ୍ଦ କରିଛନ୍ତି l ଛାତ୍ର ଛାତ୍ରୀଙ୍କ ଉଜଳ୍ୱମୟ ଭବିଷ୍ୟତ ପାଇଁ ଶୈକ୍ଷିକ ବାତାବରଣ ର୍ ଉନ୍ନୟନ ନିହାତି ଆବଶ୍ୟକ l ଶିକ୍ଷାର ବ୍ୟବସ୍ତା ସଜାଡ଼ିବା ଦିଗରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହି କୋଲେଜଟି ପ୍ରସାସନ ଆଡୁଆଳରେ ରହିଯାଇଛି।କେବେ ପଡିବ ସରକାରଙ୍କ ଦ୍ରୁଷ୍ଟି ତାହା ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଦୀର୍ଘ ୨୩ବର୍ଷ ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ସେବିକା, ଫାର୍ମାସିଷ୍ଟ, ଅନ୍ୟାନ୍ୟ ବୈଷୟିକ କର୍ମଚାରୀ, ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ ବର୍ଗର କର୍ମଚାରୀ ନିଜର ଆବଶ୍ୟକତା ପୂରଣ ପାଇଁ ଧର୍ମଘଟ ବା ଧାରଣା ଦେଇଥାନ୍ତି । କିନ୍ତୁ ଏବେ ବିନା ମେଘରେ ଗରଜିଲା ଭଳି ରାଜ୍ୟ ସରକାର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଉପରେ ଏସମା ଲଗାଇ ନାଲିଆଖି ଦେଖାଇଛନ୍ତି । ରାଜ୍ୟରେ ଏବେ କୌଣସି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ନଥିବାବେଳେ କାହିଁକି ସେବା ପରିଚାଳନା ଆଇନ(ଏସମା) ଲାଗୁ କରୁଛନ୍ତି ରାଜ୍ୟ ସରକାର ତାହା ବୁଝାପଡୁନି ।
ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କର ଏତେ ଭୟ କାହିଁକି? ସରକାର ଜାଣି ରଖିବା ଦରକାର ଜୋର ଜବରଦସ୍ତ କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କଠାରୁ ସ୍ୱାସ୍ଥ୍ୟସେବା ଆଦାୟ କରାଯାଇ ପାରିବନାହିଁ । ଅସମୟରେ “ଏସମା” ଲାଗୁ କରିବା ରାଜ୍ୟ ସରକାରଙ୍କ ଅଜଣା ଡରକୁ ପ୍ରକାଶ କରୁଛି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଅତୀତ ଦିନରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ରାଜ୍ୟ ସରକାର ବାରମ୍ବାର ଅବହେଳା କରି ଆସିଛନ୍ତି । ଆଗାମୀ ଦିନରେ କାଳେ ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କର ଅଧିକାରକୁ ନେଇ ଆନ୍ଦୋଳନ କରିବେ ସେଥିପାଇଁ ରାଜ୍ୟ ସରକାର “ଏସମା” ଲଗାଇ ଥିବା ସ୍ପଷ୍ଟ ଜଣାପଡୁଛି । ଆଗକୁ ସାଧାରଣ ନିର୍ବାଚନ ଥିବା କାରଣରୁ ସରକାରଙ୍କୁ ଭୟ ଘାରିଛି । ରାଜ୍ୟରେ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ନାହାନ୍ତି ।
ଏହି ଅଭାବ ଭିତରେ ଦାୟିତ୍ୱ ତୁଲାଉଥିବା କର୍ମଚାରୀଙ୍କ ପ୍ରାପ୍ୟ ପୂରଣ ପାଇଁ ରାଜ୍ୟ ସରକାର କାହିଁକି ବ୍ୟବସ୍ଥା କରୁନାହାନ୍ତି । ଯଦି ଗୋଟିଏ କର୍ମଚାରୀ ଉଚିତ ପ୍ରାପ୍ୟ ପାଇବ ତାହାଲେ ସେ ଲୋକଙ୍କୁ ଉଚିତ ସେବା ଯୋଗାଇ ପାରିବ କିନ୍ତୁ ରାଜ୍ୟ ସରକାର ନାଲିଆଖି ଦେଖାଇ ସେବା ଆଦାୟ କରିବା କଥା ଭାବୁଛନ୍ତି ତାହା ତାଙ୍କର ଭ୍ରମ । “ଏସମା” ଲାଗୁ ନିଷ୍ପତିରୁ ସରକାର ନିବୃତ ରହିବା ଉଚିତ ହେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଅର୍ଗସ ବ୍ୟୁରୋ : ଗୋ ଚାଲାଣର ନୂଆ ତରିକା, ଜାତୀୟ ରାଜପଥରେ ଗାଡି ବଦଳରେ ଗାଁ ରାସ୍ତା ଦେଇ ଚଲାଇ ଚଲାଇ ଗୋ ଚାଲାଣ କରାଯାଉଛି । ସୋର ଥାନା ପାଖର ପଞ୍ଚାୟତ ମଲ୍ଲିପୁର ଛକ ନିକଟରୁ ୨୦ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସାତ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ସୋର ପୋଲିସ । ଆଜି ମଧ୍ୟାହ୍ନ ସମୟରେ ବେତଡ଼ାରୁ ସାହସପୁରାକୁ ୨୦ଟି ଗୋରୁଙ୍କୁ ଚଲାଇ ଚଲାଇ ୭ ଜଣ ବ୍ୟକ୍ତି ଚଲାଇ ଚଲାଇ ନେଉଥିବା ବେଳେ ସ୍ଥାନୀୟ ଗୋସେବକ ମାନେ ସେମାନଙ୍କୁ ଅଟକାଇ ସୋର ପୋଲିସକୁ ଖବର ଦେଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨୦ ଟି ଗୋରୁଙ୍କୁ ଉଦ୍ଧାର କରି ସୋର ଗୋଶାଳାରେ ରଖିବା ସହିତ ୭ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗୋରୁ ବେପାରୀ ମାନେ ଗୋଚାଲାଣ ପାଇଁ ଏହିପରି ଭାବରେ କିଛି ଲୋକଙ୍କୁ ଦରମା ଦେଇ ଚଲାଇ ଚଲାଇ ଗୋଚାଲାଣ କରୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ କିଛି ଗୋସେବକ । ପୋଲିସ ସଠିକ ଭାବେ ତଦନ୍ତ କରି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।