ଯାଜପୁର ରୋଡ଼ ଆଦର୍ଶ ଥାନା ଅଞ୍ଚଳର ଡୋଲିପୁର ମିଟୁଆଣି ପୋଖରୀ ନିକଟରେ ରୁହନ୍ତି ଝୁମୁରୀ। ବିଜେଡିର ଛତ୍ରଛାୟା ତଳେ ରହି ସେ ବେଧଡକ ଚଲାଇଛନ୍ତି ଜହର ବେପାର। ଭଲକରି ଦେଖନ୍ତୁ, ଏ ଫଟୋକୁ। ବିଜେଡିର ହେବିଓ୍ବେଟ ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ସହ ଫଟୋ ଉଠାଇଛନ୍ତି ଝୁମୁରୀ। ଡୋଲିପୁର ୧୯ନଂ ଓ୍ବାର୍ଡରେ ଝୁମୁରୀଙ୍କ ଦବଦବା ମଧ୍ୟ ରହିଛି। ଏମିତି ସେ ଓ୍ବାର୍ଡ ସଭାପତି ମଧ୍ୟ ଅଛନ୍ତି। ଏଣୁ ଏଭଳି କାରବାର କରିବାକୁ ସାହସ ଜୁଟାଇପାରିଛନ୍ତି। ହେଲେ ଭୁଲ ମାନିବାକୁ ସେ ସମ୍ପୁର୍ଣ୍ଣ ନାରାଜ।
ଆଜି ଅବକାରି ବିଭାଗ ଚଢାଉ କରି ତାଙ୍କ ପାଖରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ପୁଲିସ ଝୁମୁରୀଙ୍କୁ ଗିରଫ କରିଥିଲେ ବି ଭୁଲ କାମ କରିନାହାନ୍ତି ବୋଲି ଦମ୍ଭୋକ୍ତି ଦେଖାଇଛନ୍ତ। ବିଜେଡି ସହ ଅଛି ବୋଲି ମତେ ଚକ୍ରାନ୍ତ କରି ଫଶେଇ ଦିଆଯାଇଛି ବୋଲି କହିଛନ୍ତି। ଝୁମୁରୀଙ୍କ ଏହି ବ୍ରାଉନ୍ ସୁଗାର ବେପାରର ଲିଙ୍କ ସିଧା ବାଲେଶ୍ୱର ସହ ରହିଥିବା ଅବକାରୀ ବିଭାଗ ସ୍ୱୀକାର କରିଛି।