ସେପଟେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦାୟୀତ୍ବ ନେଇଥିବା ବିଜେପୁର, ପାଟକୁରା ଓ ବାଲେଶ୍ବରର କେତେ ବିକାଶ ହୋଇଛି ତାକୁ ନେଇ ଉଠିଛି ପ୍ରଶ୍ନ । ବିଜେପୁର ବ୍ଲକର ଉପାନ୍ତ ଅଞ୍ଚଳରେ ଅବସ୍ଥିତ ସାନବାଉଁଶେନ, ତାଳପଦର, ଏମ୍.ଶ୍ରିଗିଡ଼ା, ବାଦିପାଲି, ମାଝିପାଲି ଆଦି ପଞ୍ଚାୟତର ବହୁ ଗ୍ରାମ ଜଳସେଚନ ଯୋଜନାରୁ ବଞ୍ଚିତ ହୋଇଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଦୁଇଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଥିଲେ ବି ବିଲକୁ ଟୋପାଏ ପାଣି ପହଞ୍ଚୁ ନାହିଁ । ବିଜେପୁର ବ୍ଲକର ୪ଟି ପଞ୍ଚାୟତ ଏବେ ବି ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପରୁ ବଞ୍ଚିତ ହୋଇ ରହିଛନ୍ତି ।
ଠିକ୍ ସେହିଭଳି ପାଟକୁରା ଓ ବାଲେଶ୍ବର ସଦର ଉପନିର୍ବାଚନ ବେଳେ ବି ଉଭୟ ନିର୍ବାଚନମଣ୍ଡଳୀର ଦାୟିତ୍ବ ସେ ନିଜେ ନେବେ ବୋଲି ଘୋଷଣା କରିଥିଲେ କରିଥିଲେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ । ପାଟକୁରା ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା ହୋଇଥିଲା । 3 ବର୍ଷ ପରେ ବି କିଛି ହୋଇପାରିଲା ନାହିଁ । ସେହିଭଳି ବେଲେଶ୍ବର ସହର ପାଇଁ 155 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ ସରକାର । କିନ୍ତୁ ସେମିତି ଆଖିଦୃଶିଆ ବିକାଶ ହୋଇପାରିଲାନି ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର । ତେଣୁ ଆଲୋଚନା ହେଉଛି ଧାମନଗର ଉପନିର୍ବାଚନର ସଙ୍କଟକୁ ଦେଖି ଧାମନଗର ବାସୀଙ୍କୁ ବିକାଶର ଦାୟୀତ୍ବ ନାଁରେ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଇଛି । ଷୁଣନ୍ତୁ କଣ କହୁଛନ୍ତି ବାଲେଶ୍ବର ଓ ପାଟକୁରା ବାସୀ ।
ରାଜୁ ଦାସଙ୍କ ବଦଳରେ ଅବନ୍ତିଙ୍କୁ ଛିଡା କରିବା ବିଜେଡିକୁ ପଡିଛି ମହଙ୍ଗା ।