ସୁଲତା ଦେଓ:
ପାଓ୍ୱାର କରିଡରର ଆନୁଗତ୍ୟ ତଥା ସୁଲତାଙ୍କ ମୁଣ୍ଡରେ ତୃତୀୟ ମହଲାର ହାତ, ମହିଳା ଓ ଓବିସି ଚେହେରା, ଏବଂ ସଙ୍ଗଠନରେ ସକ୍ରୀୟ ଭୂମିକା ସହ ମୁଖପାତ୍ର ଭାବେ ବିଭିନ୍ନ ପ୍ରସଙ୍ଗରେ ଦଳର ଘୋଷା କଥା କହିବା, ଆଉ ଏହା ବାଦ୍ କିଛି କାରଣ ପାଇଁ ଭୁବନେଶ୍ବର ମେୟର ପଦବୀରୁ ବଞ୍ଚିତ ହୋଇଥିବାରୁ ଏବେ ସୁଲତାଙ୍କୁ ରାଜ୍ୟସଭା ମିଳିଥିବା ଚର୍ଚ୍ଚା ।
ମାନସ ମଙ୍ଗରାଜ:
ପାଓ୍ୱାର କରିଡରର ଅତି ନିକଟତର ହୋଇ ରହିବା, ସଙ୍ଗଠନ ବା ଦଳରେ ପଞ୍ଜମ କ୍ଷମତା କେନ୍ଦ୍ର ଭାବେ ନିଜର ପତିଆରା ବିସ୍ତାର କରିବା ଏବଂ ଚିଲିକା ନିର୍ବାଚନମଣ୍ଡଳୀର ବଦଳୁଥିବା ରାଜନୈତିକ ପାଣିପାଗକୁ ଦେଖି ମାନସଙ୍କୁ ଦଳ ରାଜ୍ୟସଭା ପଠାଇଥିବା ଚର୍ଚ୍ଚା ।
ସସ୍ମୀତ ପାତ୍ର:
ସୁଲତାଙ୍କ ପରି ସସ୍ମୀତଙ୍କ ଉପରେ ମଧ୍ୟ ପାଓ୍ବାର କରିଡରର ଆନୁଗତ୍ୟ ରହିଥିବା ବେଳେ ରାଜ୍ୟସଭାରେ ଭଲ ପ୍ରଦର୍ଶନ କାରଣରୁ ପୁଣି ଥରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିବା ଚର୍ଚ୍ଚା ହେଉଛି ।
ନିରଞ୍ଜନ ବିସି:
କୁହାଯାଇଛି ନିରଞ୍ଜନ ହେଉଛନ୍ତି ବିଜେଡି ସୁପ୍ରିମୋଙ୍କ ସରପ୍ରାଇଜ କାର୍ଡ ବା ମାଷ୍ଟର କାର୍ଡ । କାରଣ ରାଜ୍ୟସଭା ପାଇଁ ପଶ୍ଚିମ ଓଡିଶାର କଳିକେଶ ସିଂ ଦେଓ,ଶ୍ରୀମୟୀ ମିଶ୍ର ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ଅସିତ ତ୍ରୀପାଠିଙ୍କ ଲବି ଦଳରେ ଅଡୁଆ ବଢାଉଥିଲା । ଯାହା ଭିତରେ ନିରଞ୍ଜନଙ୍କୁ ସାମ୍ନାକୁ ଆଣି ବାଜି ମାରିନେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ । ଆଉ ସରକାରଙ୍କୁ ନିନ୍ଦା କରୁଥିବା ନିରଞ୍ଜନଙ୍କୁ ଉଭୟ ଆଦିବାସୀ ଓ ପଶ୍ଚିମ ଓଡିଶାର ଚେହେରା ଭାବେ ସାମ୍ନାକୁ ଆଣି ବିଜେପିକୁ ଟକ୍କର ଦେବା ସହ ଆଦିବାସୀ କାର୍ଡ ଖେଳିଛି ଦଳ ।
ଏ ସବୁ ଭିତରେ ପୂର୍ବରୁ ପ୍ରତିଶୃତି ପାଇଥିବା ପ୍ରଦୀପ ମାଝୀ ନିରାଶ ହୋଇଥିବା ବେଳେ ତୃତୀୟ ଥର ପାଇଁ ଆଶା ହରାଇଛନ୍ତି ପ୍ରଶନ୍ନ ପାଟଶାଣୀ ଓ ରମେଶ ଚନ୍ଦ୍ରଚ୍ୟାଉ ପଟ୍ଟନାୟକ ।
ସେପଟେ ଏହା ଭିତରେ ଆଜି ବିଜେଡି ସରାକାରକୁ ପୂରିଛି 23 ବର୍ଷ । ପଞ୍ଜମ ପାଳିର ତୃତୀୟ ବର୍ଷ ପୂରଣ କରି ଚତୁର୍ଥ ବର୍ଷରେ ପଦାର୍ପଣ କରିଛି ବିଜେଡି ସରକାର । ତେବେ 23 ବର୍ଷର ଏହି ଯାତ୍ରାରେ ସରକାର ଅନେକ ସଫଳତା ସାଉଁଠିଥିବା ଦଳ କହୁଥିବା ବେଳେ ଲୋକେ ପ୍ରଶ୍ନ କରୁଛନ୍ତି କୁଆଡେ ଗଲା ପ୍ରତିଶୃତି । ନଜର ପକାନ୍ତୁ ବିଜେଡି ସରକାରକୁ ଆସିଲେ କଣ କରିବ ବୋଲି କହିଥିଲା...
- 2019 ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଘର ହେଲେ ବାସ୍ତବତା ହେଉଛି 2022 ତଥା ଆଜି ବି 30 ଲକ୍ଷ ପରିବାରଙ୍କ ମୁଣ୍ଡ ଉପରେ ନାହିଁ ସୁରକ୍ଷୀତ ବାସଗୃହ ।
- ପ୍ରତ୍ୟକ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ମାତ୍ର ବାସ୍ତବ ସ୍ଥିତି ହେଉଛି 46 ପ୍ରତିଶତ ଘରକୁ ଆଜି ଯାଏଁ ବି ପହଞ୍ଚିନି ପିଇବା ପାଣି । ଯାହାକି ରାଜ୍ୟର 47411 ଗାଁରୁ 23,065 ଗାଁରେ ପହଁଞ୍ଚିନି ପାଇପ ଯୋଗେ ପିଇବା ପାଣି ପହଞ୍ଚି ନଥିବା ଖୋଦ୍ ସରକାରଙ୍କ ତଥ୍ୟ କହୁଛି
- ସ୍ଥାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା, ଅଧିକ ଡାକ୍ତର ନିଯୁକ୍ତି ସହ ନୂଆ ମେଡିକାଲ ଖୋଲିବା । ମାତ୍ର ସ୍ଥିତି ଆଜି ବି 50 ପ୍ରତିଶତ ଡାକ୍ତର ପଦବୀ ଖାଲି
- ଶିକ୍ଷା କ୍ଷେତ୍ରକୁ ନୂଆ ସୋପାନକୁ ନେବା ମାତ୍ର ସ୍ଥିତି ପିଲାଙ୍କ ସ୍କୁଲ ଛାଡିବା ସଂଖ୍ୟା ବଢୁଛି ଓ ଶିକ୍ଷକ ଅଭାବର ସାମାଧାନ ନାହିଁ
- ପ୍ରତି ବ୍ଲକକୁ 35 ପ୍ରତିଶତ ଜଳ ସେଚନ ମାତ୍ର ଆଜି 69 ବ୍ଲକରେ ଏହା ସମ୍ଭବ ହୋଇନି ।
- ପୋଷଣ କ୍ଷେତ୍ରରେ ସୁସ୍ଥ ଓଡିଶା ଗଢିବା ମାତ୍ର ଆଜି ବି 6.1 ପ୍ରତିଶତ ଶିଶୁ ଉଚ୍ଚତା ଅନୁସାରେ କମ ଓଜନର ରହିଛନ୍ତି ।
ଏହା ବାଦ୍ କୃଷକଙ୍କ ହିତ ପାଇଁ କାଳିଆ କମିଶନ ଗଠନ,କାଳିଆ ପାଉଥିବା କୃଷି ପରିବାର ଝିଅ ଲାଗି ଆମ ଝିଅ ଯୋଜନାରେ 25 ହଜାରର ବାହାଘର ସହାୟତା,ଝିଅ ମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ, ସୁନା କନିଆ ଯୋଜନା ଗରିବ ପରିବାର ଝିଅଙ୍କ ବାହାଘର ଲାଗି 25 ହଜାର ଟଙ୍କା ପ୍ରଦାନ,ପ୍ରତି କମ୍ପାନୀରେ ସ୍ଥାନୀୟ ଅଞ୍ଚଳର 75 ପ୍ରତିଶତ ଯବକଙ୍କୁ ନିଯୁକ୍ତି ଦେବା ଭଳି ପ୍ରସଙ୍ଗ ।
ଏହାବାଦ୍ ସମସ୍ତ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବା, ଓଡିଶାକୁ ଡାକ୍ତରଙ୍କ ବଳକା ରାଜ୍ୟ କରିବା, 314 ବ୍ଲକରେ ନର୍ସିଂ ଟ୍ରେନିଂ ସ୍କୁଲ ଖୋଲିବା, ଓଡିଆ ଚଳଚିତ୍ର ଜଗତ ପାଇଁ ନୂଆ ବିଭାଗ ଖୋଲିବା,ଆମ ଗାଁ ଆମ ବିକାଶ ଯୋଜନାକୁ ଚାଲୁ ରଖିବା କଥା ବି କୁହାଯାଇଥିଲା । ସେହିପରି କଟକ ଓ ଭୁବନେଶ୍ବରୁ ମେଟ୍ରୋ ଟ୍ରେନ ଚଳାଇବା,750 ବିଜୁ ସେତୁ ନିର୍ମାଣ କରିବା ଓ ପ୍ରତି ଜିଲ୍ଲାରେ ଜିଲ୍ଲା ପର୍ଯ୍ୟଟନ ପିରଷଦ ଭଳି 2019ରେ ଦିଆଯାଇଥିବା ପ୍ରତିଶୃତି ବି ହୋଇନି ପୂରଣ ।