ତେବେ ସାଲେପୁର ମୁଖ୍ୟ ରାସ୍ତା ଉପରେ ହିମାଂଶୁ ମହାନ୍ତି ସମର୍ଥକଙ୍କୁ ଧରି ଧାରଣାରେ ବସିଛନ୍ତି। ଫଳରେ କଟକ-ଚାନ୍ଦବାଲି ରାସ୍ତାର ଉଭୟ ପଟେ ଶତାଧିକ ଗାଡି ଅଟକି ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କଟକ ସାଲେପୁର ବିଜେଡିରେ ଗୋଷ୍ଠୀ ସଂଘର୍ଷ। ଜନ ସମ୍ପର୍କ ପଦଯାତ୍ରା ଆରମ୍ଭରୁ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ। ବିଜେଡିର ଯୁବ ସଙ୍ଗଠକ ହିମାଂଶୁ ମହାନ୍ତି ସାଲେପୁର ସାହେଶ୍ୱରୀ ମନ୍ଦିର ପାଖରୁ ତାଙ୍କ ସମର୍ଥକଙ୍କୁ ନେଇ ପଦଯାତ୍ରା ଆରମ୍ଭ କରିବାକୁ ବସିଥିଲା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମର୍ଥକ ମାନେ ଏହାକୁ ବିରୋଧ କରିଥିଲେ । ଫଳରେ ଉଭୟ ସମର୍ଥକ ମଧ୍ୟରେ ହାତାହାତି ହୋଇଥିଲା। ପୋଲିସ ହସ୍ତକ୍ଷେପ ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ତେବେ ସାଲେପୁର ମୁଖ୍ୟ ରାସ୍ତା ଉପରେ ହିମାଂଶୁ ମହାନ୍ତି ସମର୍ଥକଙ୍କୁ ଧରି ଧାରଣାରେ ବସିଛନ୍ତି। ଫଳରେ କଟକ-ଚାନ୍ଦବାଲି ରାସ୍ତାର ଉଭୟ ପଟେ ଶତାଧିକ ଗାଡି ଅଟକି ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ସରିଛି ବାଲିଯାତ୍ରା ହେଲେ ସରିନି କିଣାବିକା । ବାଲିଯାତ୍ରା ଶେଷ ହେବାର ଦୁଇ ଦିନ ପରେ ମଧ୍ୟ ଘରକରଣା ସାମଗ୍ରୀ କିଣିବାକୁ ବଲିଯାତ୍ରା ତଳ ଓ ଉପର ପଡିଆରେ ଲାଗୁଛି ଲୋକଙ୍କ ଭିଡ଼ । ବିଶେଷ କରି ଗୃହିଣୀମାନେ ବିଭିନ୍ନ ସାମଗ୍ରୀ କିଣାକିଣି କରିବା ପାଇଁ ବାଲିଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି । ବର୍ଷକୁ ଥରେ ହେଉଥିବା ବାଲିଯାତ୍ରା ମେଳାରେ ଘରକରଣା ସାମଗ୍ରୀର ବେଶ ଚାହିଦା ରହିଥାଏ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟ ସମୟରେ ମିଳୁନଥିବା ଏହି ଘର କରଣା ସମଗ୍ରୀ କିଣିବା ପାଇଁ ମେଳା ପଡ଼ିଆରେ ଗୃହିଣୀଙ୍କ ଭିଡ଼ ଜମେ । ଆଉ ବାଲିଯାତ୍ରା ସରିବା ପରେ ବି ଭିଡ କମ୍ ହୋଇନି । ଯୁଗ ସିନା ଆଧୁନିକ ହେଲେ ସେ ପାରମ୍ପରିକ ଜିନିଷର ବେଶ ଚାହିଦା । ଯାହା ଏହି ବାଲିଯାତ୍ରା ପଡ଼ିଆରେ ଦେଖିବାକୁ ମିଳେ ।
ଆଠଗଡ଼ ତିଗିରିଆର ଝାଡୁ ଓ କୁଲା ବାଉଁସିଆ ସେହିପରି ମୁଗୁନି ପଥରରେ ତିଆରି ହୋଇଥିବା ଚକେଇ, ଶୀଳ, ଚନ୍ଦନପେଡି ଏବଂ ଅନ୍ୟ ସମଗ୍ରୀ ନେବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ପାଗ ଖରାପ ବା ବର୍ଷା ଯୋଗୁଁ ବ୍ୟବସାୟ ପ୍ରଭାବିତ ହୋଇଛି, ହେଲେ ପାଗ ଭଲ ହେଲେ ବ୍ୟବସାୟ ବଢ଼ିବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଅନ୍ୟପଟେ ବାଲିଯାତ୍ର ଶେଷ ହେବା ପରେ ଅଧିକାଂଶ ବ୍ୟବସାୟୀ ଫେରିଯାଇଛନ୍ତି ।
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଗାନ୍ତକାରୀ ବିଶ୍ୱକର୍ମା ଯୋଜନାରେ ପାରଂପାରିକ ଓ କୈାଳିକ ବୃତିଧାରୀ ବଢେଇ, କମାର, କୁମ୍ଭକାର, ବଣିଆ, ଭଣ୍ଡାରୀ, ମୂର୍ତିକାର ଆଦି ଅନେକ ପଛୁଆ ବର୍ଗବିଶେଷଙ୍କୁ ସାମିଲ କରାଯାଇଛି । ଏହି ଯୋଜନା ଜରିଆରେ ସେମାନେ ତାଙ୍କ ପାରଂପାରିକ ଓ କୈାଳିକ ବୃତିକୁ ଅଭିବୃଦ୍ଧି କରି କୁଶଳୀ ଓ ସଂପନ୍ନ ହେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ସେମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ବିଭାଗ ତରଫରୁ ପ୍ରଶିକ୍ଷଣ ଦେବା ସହ ଆର୍ଥୀକ ସହାୟତା ଏବଂ କମ୍ ସୁଧରେ ଋଣ ବ୍ୟବସ୍ଥା ପ୍ରାବଧାନ କରାଯାଇଛି । ଏହି ଯୋଜନାରେ ଅଧିକରୁ ଅଧିକ ବୃତିଧାରୀମାନଙ୍କୁ ସଚେତନ କରାଇ ତାଲିକାରେ ଅନ୍ତର୍ଭୁକ୍ତ କରିବା ହେଉଛି ପ୍ରାଥମିକତା । ବିଶ୍ୱକର୍ମା ଯୋଜନାରେ “ପାରଂପାରିକ ଓ କୈାଳିକ ବୃତିଧାରୀ” ସାମିଲ ହୁଅନ୍ତୁ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ଆହ୍ୱାନ ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଓବିସି ମୋର୍ଚ୍ଚାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଶ୍ୱକର୍ମା ଯୋଜନାରେ ଉପକୃତ ହେବାକୁ ଅଧିକାଂଶ ହିତାଧିକାରୀ ଓବିସି ଜାତିବର୍ଗ ଅନ୍ତର୍ଭୁକ୍ତ ହୋଇଥିବା କାରଣରୁ ସେମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ଏକ ଦାୟୀତ୍ୱବାନ ରାଜନୈତିକ ଦଳ ଭାବେ ବିଜେପି ଓବିସି ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ରାଜ୍ୟର ସମସ୍ତ ଅଂଚଳ ଗସ୍ତ କରି ଓବିସି ବର୍ଗବିଶେଷଙ୍କୁ ଯୋଜନାର ସଂପର୍କରେ ପୁଙ୍ଖାନୁପୁଙ୍ଖ ଅବଗତ କରିବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ରାଜ୍ୟ ସରକାର ଚଂଚକତା ପୂର୍ବକ ଉଚ୍ଚ ନ୍ୟାୟାଳୟର ଦ୍ୱାହୀ ଦେଇ ଓବିସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୨୭ ପ୍ରତିଶତ ସଂରକ୍ଷଣକୁ ବନ୍ଦ କରିଦେଇଛନ୍ତି । ‘ସର୍ଭେ ହେଲା ପରେ ସଂରକ୍ଷଣ ଦିଆଯିବ’ ବୋଲି କହି ରାଜ୍ୟ ସରକାର ଅନେକ ଥର ତଥାକଥିତ ସର୍ଭେ କାର୍ଯ୍ୟକୁ ବିଳମ୍ବିତ କରିଛନ୍ତି । ଏପରିକି ‘ରାଜ୍ୟ ଓବିସି କମିଶନ’ ସର୍ଭେ ରିପୋର୍ଟ ଦାଖଲ କରିସାରିବା ପରେ ବି ସାର୍ବଜନୀନ କରୁନାହାନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟରେ ୫୪ ପ୍ରତିଶତ ଓବିସି ବର୍ଗ ବିଶେଷ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ ହେବା ସହିତ ବିଭିନ୍ନ ଯୋଜନାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ରାଜ୍ୟରେ ପଛୁଆ, ଦଳିତ ଓ ଜନଜାତି ବର୍ଗଙ୍କ ସଂଖ୍ୟା ସଂପର୍କରେ ସଠିକ ତଥ୍ୟ ଦେବା ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ବାରମ୍ବାର କହିଥିଲେ । ମାତ୍ର ଓବିସି ବିରୋଧୀ ବିଜେଡି ସରକାର ଏହାକୁ ଜାଣିଶୁଣି ଅଣଦେଖା କରିଚାଲିଛନ୍ତି । ଏହା ସମଗ୍ର ଓବିସିବର୍ଗଙ୍କ ପ୍ରତି ବିଜେଡି ସରକାରର ବିଶ୍ୱାସଘାତକତା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ବୈଠକରେ ପୂର୍ବତନ ରାଜ୍ୟ ସଭାପତି ତଥା ବିଶ୍ୱକର୍ମା ଯୋଜନାର ରାଜ୍ୟ ସଂଯୋଜକ ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ସୁବାଷ ଜେନା, ସୁକାନ୍ତ ବିଶ୍ୱାଳ, ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଦୁର୍ଗାପ୍ରସନ୍ନ ନାୟକ, ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ସଂପାଦକ ରଶ୍ମୀ ରଂଜନ ମୁଦୁଲି, ସନ୍ତୋଷ ମହାପାତ୍ର, ସୁବୋଧ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।