ଶ୍ରୀମଲ୍ଲିକ ଆହୁରି କହିଛନ୍ତି ଯେ, ରାଜ୍ୟରେ କଣ ଚାଲିଛି ବିଜେଡି ବିଧାୟକ ଦେବୀ ମିଶ୍ର ତାର ବାସ୍ତବତା ଓ ସତ୍ୟତା କଣ ଜାଣିଛନ୍ତି । ସତ କହିବାକୁ ଶ୍ରୀ ମିଶ୍ର ଡରୁଛନ୍ତି । କେତେଜଣ ପ୍ରସାଶନିକ ଅଧିକାରି ଯାହା ଚିଠା ଲେଖୁଛନ୍ତି ତାହା ଆସି ସେ ପଢୁଛନ୍ତି । ଦେଵୀ ମିଶ୍ର କହି ପାରିବେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ଚାଷୀ ମାନେ ସଠିକ MSP ପାଉଛନ୍ତି । ମନରେଗା କାମ ଠିକ୍ ଢଙ୍ଗରେ ହେଉଛି କି ।
ସେ ଆହୁରି କହିଛନ୍ତି ଏବେ କେନ୍ଦ୍ର ସରକାର ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେଲେ ରାଜ୍ୟର ୩କୋଟି ୨୫ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଯୋଗାଇଦେବ । ଏହା ପୂର୍ବରୁ ଗରିବ କଲ୍ୟାଣ ଯୋଗାଣରେ ଚାଉଳ ଯୋଗାଇ ଦିଆଯାଉଥିଲା । ଦେବୀବାବୁ ଏବେ ତାଙ୍କ ସରକାରଙ୍କୁ କହି ଗରିବଙ୍କ ପାଇଁ ଆଉ ୫ କିଲୋ ଚାଉଳ କରାଇ ଦିଅନ୍ତୁ ଆମେ ସହଯୋଗ କରିବୁ ବୋଲି ବିଜେପି କହିବା ସହ କେନ୍ଦ୍ର ଦେଉଥିବା ଅର୍ଥ ବିଜେଡି ବାଟ ମାରାଣା ନକରୁ । ମନରେଗା କାମକୁ ମେସିନ ଦ୍ୱାରା ନକରାଇ ଲୋକଙ୍କୁ କାମ ଦିଅନ୍ତୁ ।
ଆଜି ସକାଳେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଥିଲା ଯେ, ଗ୍ରାମୀଣ ଅର୍ଥ ସ୍ଥିର ହୋଇନି । କୋଭିଡ ସମୟରେ କାମ କରିବାର ଦକ୍ଷତା କମିଛି ତେଣୁ ଏପରି ସମୟରେ ଆଉ ଦୁଇଟା ବର୍ଷ 10 କିଲୋ ଚାଉଳ କେନ୍ଦ୍ର ସରକାର ଦିଅନ୍ତୁ । ରାଜ୍ୟ ସରକାର ଗରିବଙ୍କ କଥା ଚିନ୍ତା କରୁଛନ୍ତି ।