ଟଙ୍କା ବାଣ୍ଟି ଧରାପଡିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ଭାଇ ଭୋଜରାଜ ସିଂ ବରିହା । ପଦମପୁର ଉପନିର୍ବାଚନରେ ଟଙ୍କା ବଣ୍ଟାଯିବାକୁ ନେଇ ଉତ୍ତେଜନା।ଟଙ୍କା ବଣ୍ଟା ଯାଉଥିବା ବେଳେ ଧରିଲେ ଗ୍ରାମବାସୀ, ପୋଲିସ ସହ ଧସ୍ତାଧସ୍ତି। ଟଙ୍କା ବାଣ୍ଟିବା ବେଳେ ଯୁବକଙ୍କୁ ଧରି ଅଟକ ରଖିଲେ ଗ୍ରାମବାସୀ। ସରେଇକେଲା ଗାଁରେ କାର୍ ସହ ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ। ତେବେ ଏହି ଘଟଣାକୁ ନେଇ ଏବେ ସବୁଠି ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି।
ଟଙ୍କା ନିଅ ଭୋଟ୍ ଦିଅ, ପଦମପୁରରେ ଟଙ୍କା ବାଣ୍ଟୁଛି ଶାସକଦଳ

ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ପଦମପୁରରେ ଉପନିର୍ବାଚନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି। ସବୁ ଦଳ ନିଜ ନିଜ ଏଜେଣ୍ଟାକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି। କିନ୍ତୁ ଏହା ଭିତରେ ଆଉ ଏକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି। ଟଙ୍କା ନିଅ ଭୋଟ ଦିଅ। ଏକଥା ଆମେ କରୁନାହୁଁ। ଖୋଦ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ଭାଇ ବାଣ୍ଟୁଛନ୍ତି।
Download Argus News App
