ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଯେଉଁମାନେ ଅତୀତରେ ମିଛ ହତ୍ୟା ମାମଲାରେ, ଷଡଯନ୍ତ୍ର କରି ଫସାଇଥିଲେ ଯାହାର ଜବାବ ସମ୍ବଲପୁରବାସୀ ୨୦୧୯ ନିର୍ବାଚନରେ ଜୟନାରାୟଣ ମିଶ୍ରଙ୍କୁ ଜିତାଇ ଦେଇଥିଲେ ତାଙ୍କ ଉପରକୁ ଆଜି ବିଜୁ ଜନତା ଦଳ ଆଙ୍ଗୁଳି ଉଠାଇବା ନିନ୍ଦନୀୟ । ବିଜୁ ଜନତା ଦଳର ଅନେକ ନେତା, ମନ୍ତ୍ରୀ ବହୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ, ଚିଟଫଣ୍ଡ ଠକେଇରେ ଜାମିନ୍ରେ ଅଛନ୍ତି ବୋଲି ଡ. ବିଶ୍ୱାଳ କହିଛନ୍ତି ।
ଯେଉଁ ପୋଲିସ ଅଫିସର ଅତୀତରେ ବିଜୁ ଜନତା ଦଳର ରାଜନୈତିକ ଛବି ବଞ୍ଚାଇବାକୁ ଯାଇ “ଜାମୁକୋଳି ଗପ”ର କପୋଳ କଳ୍ପିତ କାହାଣୀ ରଚି ନୟାଗଡ ପରୀ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଖସାଇ ଦେଇଥିଲେ ତାଙ୍କ ପାଇଁ ଆଜି ବିଜୁ ଜନତା ଦଳ ସଫାଇ ଦେବା ସ୍ବାଭାବିକ କଥା ବୋଲି ଡ. ବିଶ୍ୱାଳ କହିଛନ୍ତି।