ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟପଟେ ବାମପନ୍ଥୀ ସମର୍ଥିତ ଗୋଷ୍ଠୀ ୧୧ଟି ଭୋଟ ପାଇଛନ୍ତି । ତେବେ ବିଜୁ ଶ୍ରମିକ ସାମୁଖ୍ୟ ୟୁନିୟନର ଜି. ସନ୍ତୋଷ ରେଡ଼ି ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି । ତେବେ ବିଜୟ ପରେ ବିଧାୟକଙ୍କ ବିରୋଧରେ ବର୍ଷିଛନ୍ତି ବିଜୟୀ ପ୍ରାର୍ଥି ଏବଂ କର୍ମୀ ।
ଅର୍ଗସ ବ୍ୟୁରୋ : ପୁଣି ଥରେ ପଦାରେ ପଡିଲା ଗଞ୍ଜାମ ବିଜେଡିର ଗୋଷ୍ଠୀ କନ୍ଦଳ । ଗଞ୍ଜାମ ଗ୍ରାସୀମ ଇଣ୍ଡଷ୍ଟ୍ରି କେମିକାଲ ଡିଭିଜନ ଶ୍ରମିକ ୟୁନିୟନ ନିର୍ବାଚନରେ ବାଜି ମାରିନେଲେ ଛତ୍ରପୁର ବିଧାୟକଙ୍କ ବିରୋଧୀ ଗୋଷ୍ଠୀ । ବିରୋଧୀ ଗୋଷ୍ଠୀ ୫୨ଟି ଭୋଟ ପାଇଥିବା ବେଳେ ବିଧାୟକଙ୍କ ଗୋଷ୍ଠୀ ମାତ୍ର ୩ ଖଣ୍ଡ ଭୋଟ ପାଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟପଟେ ବାମପନ୍ଥୀ ସମର୍ଥିତ ଗୋଷ୍ଠୀ ୧୧ଟି ଭୋଟ ପାଇଛନ୍ତି । ତେବେ ବିଜୁ ଶ୍ରମିକ ସାମୁଖ୍ୟ ୟୁନିୟନର ଜି. ସନ୍ତୋଷ ରେଡ଼ି ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି । ତେବେ ବିଜୟ ପରେ ବିଧାୟକଙ୍କ ବିରୋଧରେ ବର୍ଷିଛନ୍ତି ବିଜୟୀ ପ୍ରାର୍ଥି ଏବଂ କର୍ମୀ ।
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?