ଘର
ଓଡ଼ିଶା
24ବର୍ଷର ସ୍ଥାୟୀ ସରକାରଙ୍କ ମାଳ ମାଳ ଯୋଜନା ଫେଲ୍
24ବର୍ଷର ସ୍ଥାୟୀ ସରକାରଙ୍କ ମାଳ ମାଳ ଯୋଜନା ଫେଲ୍
by Banajyotshna Ray
ଅର୍ଗସ ବ୍ୟୁରୋ: ରାସ୍ତା, ପାନିୟ ଜଳ, ଶିକ୍ଷା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗାଁ । ପୂର୍ବରୁ ଦେବଗଡରୁ ଅନୁଗୋଳକୁ ସଂଯୋଗ କରିବା ଲାଗି ଏ ଥିଲା ଗୋଟିଏ ମାତ୍ର ରାସ୍ତା । ଟିକିରା ନଦୀରେ ସେତୁ ନିର୍ମାଣ ପରଠାରୁ ରାସ୍ତା ଟି ମୁଖ୍ୟ ରାସ୍ତାରୁ ଅଲଗା ହେଇଯାଇଥିଲା। ମରାମତୀ ଅଭାବରୁ ଧିରେ ଧିରେ ଏହି ରାସ୍ତା ନଷ୍ଟ ହେବାକୁ ବସିଛି । ଦେବଗଡ ରିଆମାଳ ବ୍ଲକ ବୁଢ଼ାପାଲରୁ ସରପାଳକୁ ସଂଯୋଗ କରୁଥିବା ରାସ୍ତା ଏବେ ଖାଲଖମାରେ ଭର୍ତ୍ତି । ଗାଁକୁ ଆମ୍ବୁଲାନ୍ସ ଭଳି ଜରୁରୀ ସୁବିଧା ପହଞ୍ଚି ପାରୁ ନାହିଁ । ପ୍ରତେକ ଦିନ ଚାରିରୁ ପାଞ୍ଚହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ହେଲେ ଗାଁକୁ ରାସ୍ତା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ତୁରନ୍ତ ରାସ୍ତା ନିର୍ମାଣ ପାଇଁ ସାଧାରଣରେ ଦାବୀ ହୋଇଛି ।
କେବଳ ରାସ୍ତା ନୁହେଁ, ପାନିୟ ଜଳ, ଶିକ୍ଷା ଭଳି ସୁବିଧା ମଧ୍ୟ ଅଭହେଳିତ । ଗାଁରେ ଥିବା କିଛି ନଳକୂପ ମରାମତି ଅଭାବରୁ ନଷ୍ଟ ହେବାକୁ ବସିଛି । ତେବେ ବ୍ୟବହାର ହେଉଥିବା ଦୁଇଟି ନଳକୂପରୁ ବାହାରୁଛି ଲୁହା ଗୁଣ୍ଡ ପାଣି । ଯାହା ବ୍ୟବାହର ଉପଯୋଗୀ ନୁହେଁ । ସେହିପରୀ ପୂର୍ବ ସରକାର ଗାଁରେ ଥିବା ପ୍ରଥମିକ ବିଦ୍ୟାଳୟକୁ ବନ୍ଦ କରିଦେଥିଲେ । ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିପାରୀ ନାହିଁ । ସମସ୍ୟା ପାଇଁ 24 ବର୍ଷର ସ୍ଥିର ସରକାରଙ୍କୁ ଦାୟୀ କରିଛନ୍ତି ଅଞ୍ଚଳ ବାସୀ ।
ରାଜ୍ୟରେ 25 ବର୍ଷର ସ୍ଥାୟୀ ସରକାର ବଦଳିଛି । ନୂତନ ସରକାର ଗ୍ରାମବାସୀଙ୍କୁ ଦୁଃଖ ଶୁଣିବେ ବୋଲି ଆଶା ପ୍ରକଟ କରିଛନ୍ତି ଗ୍ରାମବାସୀ । କେବେ ଗ୍ରାମବସୀଙ୍କ ନିକଟରେ ମୌଳିକ ସୂବିଧା ପହଞ୍ଚୁଛି ତାହା ଦେଖିବାକୁ ବାକି ।