ଆଜି ଗାଁ ଗହଳି ପରି ପରିସ୍ଥିତି ଭୁବନେଶ୍ୱରରେ ଦେଖା ଦେଇଛି । ଗତକାଲି ଝଡ ବର୍ଷା ପରେ ପୁରା ଭୁବନେଶ୍ୱରରେ 4 ରୁ 5 ଘଣ୍ଟା ପାଇଁ ଲାଇନ କଟିଗଲା । ଯଦି ନିଜ ଦାୟିତ୍ଵ ରାଜ୍ୟ ସରକାର, ଶକ୍ତି ବିଭାଗ ଓ ବିଦ୍ୟୁତ ବିତରଣ କମ୍ପାନୀର ଗୁରୁତ୍ଵ ସହ ନେଇଥାନ୍ତେ, ତାହାଲେ ଏପରି ସ୍ଥିତି ହୋଇ ନଥାନ୍ତା ।
ମାତ୍ର 15 ରୁ 20 ମିନିଟ୍ ପବନରେ ଯଦି ଏମିତି ତେବେ ଅଧିକ ହୋଇଥିଲେ କଣ ଅବସ୍ଥା ହେବ । ବାସ୍ତବରେ ମୁଖ୍ୟ ଶାସନ ସଚିବ ଯେଉଁ କଥା କହିଛନ୍ତି ଠିକ୍ କହିଛନ୍ତି । ଯଦି କାଳବୈଶାଖୀ ଆଉ ଟିକେ ଅଧିକା ହୋଇଥାନ୍ତା ତାହାଲେ ଆଜି ଯାଏ ଭୁବନେଶ୍ୱର ଅନ୍ଧାର ହୋଇଥାନ୍ତା । ଏ ସରକାର ସମ୍ପୂର୍ଣ୍ଣ ଭାବେ ବିକ୍ରି ବଟାର ସରକାର । ଟାଟା ପାୱାର ଲୋକଙ୍କୁ ଶୋଷଣ କରୁଛି ବୋଲି କହିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଆହୁରି ପଢନ୍ତୁ ଓଡିଶା ଖବର...