ଅର୍ଗସ ବ୍ୟୁରୋ : ଗରିବଙ୍କ କୋଟି କୋଟି ଟଙ୍କାର ଭତ୍ତା ଚୋରି ପଛରେ ବିଜେଡି । ଚାନ୍ଦବାଲି ବିଧାୟକଙ୍କ ଛତ୍ରଛାୟାରେ ଭତ୍ତା ଲୁଟେରା ! ପୁରୁଷୋତ୍ତମ ବାରିକଙ୍କ ନାଁରେ ଆସିଛି ବାର୍ଧକ୍ୟ ଭତ୍ତା ଟଙ୍କା ହେରଫେରର ସାଂଘାତିକ ଅଭିଯୋଗ । ବାଂଶଡା ଥାନାରେ ଚାନ୍ଦାବାଲି ବିଡିଓ ଦେଇଥିବା ଲିଖିତ ଅଭିଯୋଗ । ଏଥିରେ ଉଲ୍ଲେଖ ରହିଛି ବିଭିନ୍ନ ସମୟରେ ପୂର୍ବତନ ଜିଆରଏସ୍ ପୁରୁଷତ୍ତୋମ ବାରିକ ୨୬ଲକ୍ଷ ୩୮ହଜାର ୭ ଶହ ବାର୍ଧକ୍ୟ ଭତ୍ତା ଟଙ୍କାର ହିସାବ ଦେଇନାହାନ୍ତି । ଏଇ ଟଙ୍କାର ହେରଫେର ହୋଇଛି । ତାଙ୍କ ନାଁରେ ଏଫଆଆର ରୁଜ୍ଜୁ ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି ଚାନ୍ଦବାଲି ବିଡିଓ । ଦେଢମାସ ପରେ ବି ପୁରୁଷତ୍ତୋମଙ୍କ ବିରୋଧରେ ହେଲାନାହିଁ ଏଫଆଇଆର । ଖାଲି ପୁରୁଷୋତ୍ତମ ନୁହେଁ ଅନ୍ୟ ଜିଆରଏସ୍ ଓ 2 ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ବି ଭତ୍ତା ଟଙ୍କା ହଡପର ସାଂଘାତିକ ଅଭିଯୋଗ । ମିଳିମିଶି ଲୁଟିନେଇଛନ୍ତି 1 କୋଟି 56 ଲକ୍ଷ ଚଙ୍କା । ଏପଟେ ଭତ୍ତା ନ ପାଇ ସମସ୍ୟା ଭୋଗୁଛନ୍ତି ଅସହାୟ ବୃଦ୍ଧ-ବୃଦ୍ଧା ।
ଗରିବଙ୍କ ଭତ୍ତା ଖାଇଥିବା ଅଭିଯୁକ୍ତଙ୍କୁ କାହିଁକୁ ବାନ୍ଧୁନାହିଁ ପୋଲିସ, ଭତ୍ତା ଖିଆ ବିଜେଡି ନେତାଙ୍କୁ ସୁରକ୍ଷା ଦେଉଛନ୍ତି କି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୁରୁଷୋତ୍ତମଙ୍କୁ ନେଇ କାହିଁକି ଚୁପ୍, କାହିଁକି ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ଏସପି ରଖୁନାହାନ୍ତି ଉତ୍ତର, ଚାନ୍ଦବାଲି ବିଧାୟକଙ୍କ ଚାପରେ ଚୁପ କି ପୋଲିସ । ପୁରୁଷୋତ୍ତମ ନାୟକଙ୍କ ନାଁରେ ରହିଛି ମରଣାନ୍ତକ ଆକ୍ରମଣର ଅଭିଯୋଗ । କିଛି ଦିନ ତଳେ ଜଣେ ଦଳିତ ଯୁବକଙ୍କୁ ପରୁଷୋତ୍ତମ ଓ ତାଙ୍କ ଲୋକ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଏଫଆଇଆର ପରେ ବି ପୋଲିସ ଚୁପ୍ । କାରଣ ସେ ହେଉଛନ୍ତି ବ୍ୟୋମକେଶ ରାୟ ଓରଫ୍ ବାପି ରାୟକଙ୍କ ଖାସ୍ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।