ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହୋଇଥିବା ବେଳେ ରହିଛି ସିଧା ବାଲେଶ୍ୱର ଲିଙ୍କ ଯାହା ଖୋଦ ଅବକାରୀ ବିଭାଗ ସ୍ୱୀକାର କରିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ରାଉନ ସୁଗର ବିକ୍ରି କରୁଥିବା ମହିଳା ଜଣଙ୍କ ବିଜୁ ଜନତା ଦଳର ୱାର୍ଡ ନମ୍ବର ୧୯ର ସଭାନେତ୍ରୀ ଥିବା ନିଜେ ସ୍ୱୀକାର ମଧ୍ୟ କରିଛନ୍ତି । ଝୁନୀ ପାତ୍ର ଙ୍କ ଠାରୁ ଅବକାରୀ ବିଭାଗ ଜବତ କରିଥିବା ବ୍ରାଉନ ସୁଗାରର ପରିମାଣ ୩୦ ଗ୍ରାମ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ରହିଛି ।
ଗିରଫ ହୋଇଥିବା ଝୁନୀ ପାତ୍ର ଅନ୍ୟ ଉପରେ ଦୋଷ ଲଦୁଥିବା ବେଳେ ଅବକାରୀ ବିଭଗ କହିଛି ସିଧା ରହିଛି ବାଲେଶ୍ୱର ଲିଙ୍କ । ତେବେ ବ୍ରାଉନ ସୁଗାର ସହ ଗିରଫ ହୋଇଥିବା ଝୁନୀ ପାତ୍ର ନିଜକୁ ବିଜେଡି ସଭାପତି କହୁଥିବା ବେଳେ ଫଟୋ ଏବେ ସୋସିଆଲ ଗଣମାଧ୍ୟମରେ ଭାଇରଲ ହେବାକୁ ଲାଗିଛି ।