ଅନୁଗୁଳ ସଭାଘର ଠାରେ ଆମ ପୋଖରୀ କ୍ଲଷ୍ଟ୍ର ସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ସ୍ବୟଂ ସହାୟକ ଗୋଷ୍ଠୀକୁ ସଭା ମଞ୍ଚରେ ଏଭଳି କିଛି ଟାର୍ଗେଟ କରିଛନ୍ତି ନଗରପାଳ ଅକ୍ଷୟ କୁମାର ସାମନ୍ତ । ନିଜ ଭାଷଣ ରେ କହିଛନ୍ତି ଯେ ଏସଏସଜି କୌଣସି ଉନ୍ନୟନ କାମ କରୁନାହିଁ । ବରଂ ଠିକାଦାର ମାନେ ଏସଏସଜି କୁ ଆବଣ୍ଟନ ହେଉଥିବା କାମ କରୁଛନ୍ତି ।
ଏସଏସଜି ଆକାଉଣ୍ଟ କୁ କେଵଳ ଟଙ୍କା ଯାଉଛି ଓ ସେମାନେ କେବଳ ଏହାର ଲାଭ ଉଠାଉଛନ୍ତି ବୋଲି କହିଛନ୍ତି ନଗରପାଳ। ତେଣୁ ନିୟମ ରେ ପରିବର୍ତ୍ତନ ନ କଲେ ଆଗକୁ ବିପଦ ହେବ ବୋଲି କହି ଏସଏସଜି ର ଗୁମର ଖୋଲି ସରକାରଙ୍କୁ ଏକ ପ୍ରକାର କାଠ ଗଡାରେ ଠିଆ କରିଦେଇଛନ୍ତି ଖୋଦ ଶାସକ ଦଳର ନେତା । ଖାଲି ସେତିକି ନୁହେଁ ନଗରପାଳ ଓ କାଉନସିଲର ମାନଙ୍କୁ ପ୍ରଦାନ କରାଯାଉଥିବା ମାସିକ ଭତା ମିଳୁ ନଥିବାରୁ ପ୍ରଶ୍ନ ଉଠାଇବା ସହ କହିଛନ୍ତି ଯଦି ଆମେ ସେବା ପାଇଁ ନିଜକୁ ଉଷର୍ଗ କରୁଛୁ ଆଉ ଆମକୁ ଭତ୍ତା ମିଳୁନାହିଁ ତାହାଲେ ବିଧାୟକ ଓ ସାଂସଦ ଙ୍କ ଦରମା ବନ୍ଦ କରିବାକୁ ଦାବି କରିଥିଲେ ଶାସକ ଦଳ ର ନେତା ତଥା ଅନୁଗୁଳ ପୌରାଧକ୍ଷ ଅକ୍ଷୟ କୁମାର ସାମନ୍ତ ।