ଝାରବନ୍ଧ ବ୍ଲକ ଗୋଠୁଗୁଡା ଗ୍ରାମପଞ୍ଚାୟତର ଡୁଙ୍ଗୁରିଚଢ଼ା ଗାଁରେ କେନ୍ଦୁପତ୍ର ଡିଭିଜନର କର୍ମଚାରୀ ଭାବେ ପରିଚୟ ଦେଇ ପରିବାର ପ୍ରତି 300 ଟଙ୍କା ବାଣ୍ଟୁଥିବା ସମୟରେ ଯୋଗେନ୍ଦ୍ରକୁ ଅଟକ ରଖିଥିଲେ ଗ୍ରାମବାସୀ । ହେଲେ ତାର ଅନ୍ୟ ତିନି ସହଯୋଗୀ ଫେରାର ହୋଇଯାଇଥିଲେ ।
ତେବେ ଏନେଇ ଗତକାଲି ଆମ ପ୍ରତିନିଧି ସୁରେନ୍ଦ୍ର ବାରିକ ତାଙ୍କୁ ପଚାରିବାରୁ କ୍ୟାମେରା ସାମ୍ନାରେ ମିଛ ଓଗାଳି ଥିଲେ ଦିଲେଶ । ସେହି ସମୟରେ, କ୍ୟାମେରା ସାମ୍ନାରେ କହିଥିଲେ ମୋ ପରିଚୟ ଯୋଗେନ୍ଦ୍ର ହାତୀ । ମୁଁ ବନବିଭାଗରେ କେନ୍ଦୁ ଲିପିରେ କାମ କରୁଛି । କେନ୍ଦୁ ଲିପିରେ ଯେଉଁ ପଣ୍ଡା ସାର ଅଛନ୍ତି ସେ ଏହି ଟଙ୍କା ଦେବାକୁ କହିଥିଲେ ।