ଥାନାରେ ଗିରଫ ହୋଇଥିବା ଅମର ଓ ପ୍ରଣବଙ୍କ ଖାସ ଅନୁଗତଙ୍କୁ ମୋବାଇଲ୍ ଫୋନ୍ ଦେଉଛି ପୋଲିସ । ଆଉ ଅନାୟସରେ ମୋବାଇଲ ଫୋନ୍ ଧରି କଥା ହେଉଛନ୍ତି ଟ୍ରକ ଚୋରି କରି ଥାନାରେ ଗିରଫ ହୋଇଥିବା ଅଭିଯୁକ୍ତ । ଆଉ ଲୋକଙ୍କ ଅଭିଯୋଗ ଗିରଫ ହୋଇଥିବା ଏହି ଅଭିଯୁକ୍ତ କଥା ହେଉଛନ୍ତି ତାଙ୍କ ଗଡ୍ ଫାଦର ମାନଙ୍କ ସହ । ଆଉ ସମ୍ପୃକ୍ତ ପୋଲିସ ବାବୁଙ୍କ ସହ ବିଧାୟକଙ୍କ ମୋବାଇଲ୍ କଲ୍ ଯାଞ୍ଚ କଲେ ଖୋଲିବ ଅସଲ ଗୁମର ।
ଟ୍ରକ ଚୋରି ରାକେଟରେ ଯାଜପୁର ଜିଲ୍ଲା ଯୁବବିଜେଡି ଉପସଭାପତିଙ୍କ ସମେତ ନଅଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହି ଟ୍ରକ ଚୋରି ରାକେଟରେ ବଡ଼ଚଣା ବିଜେଡିର ଯୁବ ଛାତ୍ର ନେତା ତଥା ଯାଜପୁର ଜିଲ୍ଲା ଯୁବ ବିଜେଡି ଉପ ସଭାପତି ଅଶ୍ୱଜିତ ରାଉତଙ୍କୁ ଗିରଫ କରାଯାଇଛି I ଟ୍ରକ ଚୋରି କରି ଗିରଫ ହୋଇଥିବା ବିଜେଡି ନେତାଙ୍କର ଫଟୋ ରହିଛି ବିଧାୟକ ମାନଙ୍କ ସହ । ଗତ କିଛି ଦିନ ହେବ ଯାଜପୁର ଅଂଚଳରେ ଟ୍ରକ ଚୋରିର ଅଭିଯୋଗ ବିଭିନ୍ନ ଥାନାରେ ଅଭିଯୋଗ ହୋଇଆସୁଥିଲା I ପୋଲିସ ତଦନ୍ତ କରି ଗାଡି କଟାଯାଉଥିବା ସମୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିବା ପ୍ରକାଶ କରିଛି । ଏଥିସହ ମାରୁତି ଇଟ୍ରିଗା କାର, ଅଧା କଟା ଟ୍ରକ, ଓ ନଗଦ 2ଲକ୍ଷ 45ହଜାର ଟଙ୍କା ଜବତ କରିଛି ଧର୍ମଶାଳା ପୋଲିସ I
ଓଡିଶା ଖବର ଆହୁରି ପଢ଼ନ୍ତୁ ।