ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଗାଳିଗୁଲଜ କରୁଛନ୍ତି। ସର୍ବସମ୍ମୁଖରେ ଠିକା ଶ୍ରମିକଙ୍କୁ ମାରିଦେବାକୁ ଧମକ ଦେଉଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । ଜଣେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଇଏ କି ରୂପ । ମୁଖବନ୍ଧରେ ଅହିଂସା କିନ୍ତୁ ଇଏ କି ଆଚରଣ ।
ଅନୁମାନ କରାଯାଉଛି ଏହି ଭାଇରାଲ ଭିଡିଓ ହେଉଛି ମେ ୧୦ ତାରିଖର । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶ୍ରମିକ ଏକତା ମଞ୍ଚ, ବିଧାୟକ , ସାଂସଦଙ୍କ ସମେତ ଏମସିଏଲ, ଏନଟିପିସି, ଡିଟିପିଏସ ପ୍ରତିନିଧି ମିଳିତ ଭାବେ ୩ଟି ପ୍ରସଙ୍ଗରେ ଆଲୋଚନା କରିବାର ଥିଲା । ବୈଠକ ବସିଲା । କିନ୍ତୁ ଶ୍ରମିକ ଏକତା ମଞ୍ଚର କାହାରିକୁ ବି ଭିତରକୁ ଡକାଗଲା ନାହିଁ । ବୈଠକ ସରିବା ପରେ ବାହାରେ ଅପେକ୍ଷା କରିଥିବା ଶ୍ରମିକ ଏକତା ମଞ୍ଚକୁ କୁହାଗଲା, ସେମାନଙ୍କ ଦାବି ଊପରେ ବିଚାର କରାଯାଇଛି । କିନ୍ତୁ ଶ୍ରମିକଙ୍କ କହିବା ହେଲା ବୈଠକରେ ଆମକୁ ସାମିଲ ନକରି କିପରି ନିଷ୍ପତ୍ତି ନିଆଗଲା ।
ଅନ୍ୟପଟେ ଘଟଣାକୁ ଶ୍ରମିକ ଏକତା ମଞ୍ଚର ସଭାପତି ବିନୋଦ କୁମାର ସାମଲ ଏହାକୁ ନିନ୍ଦା କରିଛନ୍ତି । ଘଟଣାର କଡ଼ା ସମାଲୋଚନା କରିଛି ବିଜେପି। ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଘଟଣାକୁ କଡା ନିନ୍ଦା କରିଛନ୍ତି । ଏହା କି ପ୍ରକାର ଅହିଂସା ? ଏହାକୁ ମୁଖିଆ ଦେଖୁଛନ୍ତି ତ ? କିଛି ଏମିତି ପ୍ରଶ୍ନ କରିଛନ୍ତି କାଳନ୍ଦୀ ।
ଜନ ପ୍ରତିନିଧିଙ୍କ ହିଂସ୍ର ଆଚରଣକୁ ନେଇ ବର୍ତ୍ତମାନ ସଵୁଠି ଚର୍ଚ୍ଚା। ଜଣେ ନିର୍ବାଚିତ ପ୍ରତିନିଧି ହୋଇ କିପରି ଭାବରେ ସର୍ବ ସମ୍ମୁଖରେ ଜଣେ ଠିକା ଶ୍ରମିକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି, ତାକୁ ନେଇ ବର୍ତ୍ତମାନ ସାଧରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି।
,