ବିଧାନସଭାରେ ରେଭେନ୍ସା ନାମ ପରିବର୍ତ୍ତନ ବିତର୍କ ପାଇଁ ଆହ୍ବାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାକୁ ନେଇ ଯେଉଁ ବ୍ୟକ୍ତିଗତ ମତ ଦେଇଛନ୍ତି ତାକୁ ରାଜ୍ୟବାସୀ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ଯିଏ ଦିନେ ରିମୋଟରେ ଚାଲୁଥିଲେ ସେ କଣ କହିବେ ? ରେଭେନ୍ସା କୁ ନେଇ ଅନେକ କଥା ରହିଛି । ଓଡ଼ିଶାର ଇତିହାସ ମହାନ୍ । ଅନେକ ବରପୁତ୍ର ଅଛନ୍ତି। ଯଦି ବରପୁତ୍ରଙ୍କ ନାମରେ ରେଭେନ୍ସା ନାମିତ ହେଲେ ଅସୁବିଧା କେଉଁଠି ? ତାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ । ସେନେଇ ବିତର୍କ ହେବାର ଆବଶ୍ୟକତା ରହିଛି ।
ଯିଏ ଆମ ରାଜ୍ୟକୁ କବଳିତ କରି ଲୁଣ୍ଠନ କରୁଥିଲେ ତାଙ୍କ ନାମ ରହିବା ଦରକାର ନା ଆମ ଗର୍ବ ଓ ଗୌରବ ମାନଙ୍କ ନାମ ରହିବା ଦରକାର, ତାକୁ ବିଚାର କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେପଟେ ରେଭେନ୍ସା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳ ।
ଆହୁରି ପଢନ୍ତୁ ଓଡିଶା ଖବର...