ବିଜେଡି ନେତା କର୍ମୀ ଟଙ୍କା ବାଣ୍ଟୁଥିଲେ, ଧରିଲେ ସ୍ଥାନୀୟ ଲୋକେ । ଏ ଦୃଶ୍ୟ ହେଉଛି ପଦମପୁର ନିର୍ବାଚନମଣ୍ଡଳୀ ସରେଇକେଲା ଗାଁର । ଟଙ୍କା ବାଣ୍ଟୁଥିବା ବେଳେ ଗାଁ ଲୋକେ ଅଟକ ରଖିଥିବା ଏ ଯୁବକ ହେଉଛନ୍ତି ଭୋଜରାଜ ସିଂହ ବରିହା। ଭୋଜରାଜ ହେଉଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ନିଜ ଭାଇ। ଟଙ୍କା ବାଣ୍ଟି ଧରାପଡିଯିବା ପରେ ଦେଖନ୍ତୁ କେତେ ଜୋରରେ ଗାଡି ଚଲାଇ ଫେରାର ହେବାକୁ ଉଦ୍ୟମ କରୁଛନ୍ତି ଭୋଜରାଜ। ସାଇକେଲ ପକାଇ ଅଟକାଇଛନ୍ତି ସସରେଇକେଲା ଗାଁ ଲୋକେ ।
ସବୁ ଦେଖି ବି ଚୁପ୍ ରହିଲା ପୋଲିସ। ବିଜେଡି ନେତା ବୋଲି ମୁହଁରେ ତୁଣ୍ଡି କି ପୋଲିସର। ସେପଟେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଟଙ୍କା ଦେଇ ତାଙ୍କୁ ଶଂଖ ଚିହ୍ନରେ ଭୋଟ ଦେବା ପାଇଁ କୁହାଯାଉଥିଲା । ନୋଟ୍ ନୁହେଁ ଅଞ୍ଚଳର ବିକାଶ ଦରକାର ବୋଲି କହିଛନ୍ତି ସ୍ଥାନୀୟ ଲୋକେ।
ସେପଟେ ପଦ୍ମପୁର ବ୍ଲକ ବାରିକେଲ ପଂଚାୟତର ଚିତାଖୋଲ ଗାଁରେ ବି ସମାନ ଦୃଶ୍ୟ। ଭୋଟ ପାଇଁ ଟଙ୍କା ବାଣ୍ଟୁଛନ୍ତି ବିଜେଡି ନେତା ।
ଏ ଦୃଶ୍ୟ ପଦମପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଇକମାଳ ବ୍ଲକ କାସଡା ପଂଚାୟତ ନିଲାଥର ଗାଁର । ଟଙ୍କା ଧରି ଗାଁ ମଝିରେ ପ୍ରତିବାଦ କରୁଛନ୍ତି ଗାଁ ଲୋକେ।
ଗୋଟିଏ ଦିନରେ ବିଜେଡିର ଟଙ୍କା ବଣ୍ଟାର 3 ଦୃଶ୍ୟ ସାମ୍ନାକୁ ଆସିଛି । ଏଇ ଘଟଣା ସାମ୍ନାକୁ ଆସିବା ପରେ ସେପଟେ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ଅର୍ଗସ ଟଙ୍କା ବାଣ୍ଟୁଛି ।
ସେପଟେ ବର୍ଷା ସିଂହ ବରିହାଙ୍କ ଭାଇ ଟଙ୍କା ବାଣ୍ଟୁଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛି ବିଜେପି । ଧାମନଗର ଟ୍ରେଣ୍ଡ ପଦମପୁରରେ । ଭୋଟ ପାଇଁ ନୋଟ୍ ବାଣ୍ଟୁଛି ବିଜେଡି । ଧାମନଗର ହାରିବା ପରେ ଏବେ ପଦମପୁର ସାସକ ଦଳ ପାଇଁ ଏସିଡ ଟେଷ୍ଟ ।