ବିଧାୟକଙ୍କ ପାଖେ ପାଖେ ରହୁଥିବା ପିତାମ୍ବର ବଳ ଓରଫ ଯୋଗୀ ହେଉଛନ୍ତି ସିହା ଗ୍ରାମପଞ୍ଚାୟତର ଆଗୁଆ ବିଜେଡ଼ି ନେତା।ଯୋଗୀଙ୍କ ଅଭିଯୋଗ ରହିଛି ଠିକା ସଂସ୍ଥା କଣ ପାଇଁ ସିହା ବିଜେଡିକୁ ମାଲ ପରିବହନ ବା ଯୋଗାଇବା ନିମନ୍ତେ ଶିକୃତି ଦେଉନାହିଁ। ଦୁଇ ତାରିଖ ଦିନ ଯୋଗୀ ବଳ କିଛି ସହଯୋଗୀଙ୍କୁ ସାଙ୍ଗରେ ଧରି ଠିକା ସଂସ୍ଥାର କାର୍ଯ୍ୟକୁ ବନ୍ଦ କରିବା ସହ ତିନି ଲକ୍ଷ ଟଙ୍କା ଜୋର ଜବରଦସ୍ତ ଠିକା ସଂସ୍ଥା ମାଲିକଙ୍କୁ ମାଗିଥିଲେ ଓ କାର୍ଯ୍ୟ ମଧ୍ୟ ବନ୍ଦ କରିଥିଲେ। ସଂସ୍ଥା ମାଲିକ ମନା କରିବାରୁ ତିରିଶ ହଜାର ଟଙ୍କା ବଳ ପୂର୍ବକ ପ୍ୟାକେଟରୁ ଛଡ଼ାଇ ନେବା ସହ ଗାଳି ଗୁଲଜ ସହ ମାଡ ମାରିବା ଅଭିଯୋଗ ମଧ୍ୟ ରହିଛି।
ଏପଟେ ଏହି ଘଟଣା ପରେ କମ୍ପାନୀ କତୃପକ୍ଷ ଓ କର୍ମଚାରୀ ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି। ହେଲେ ପୋଲିସ ବି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି ସତ।ହେଲେ ଏବେ ଯାଏଁ ନେଇନି କୌଣସି ପଦକ୍ଷେପ। ଏପଟେ ବାହାର ରାଜ୍ୟର ଠିକା ସଂସ୍ଥା ନ୍ୟାୟ ପାଇଁ ଅନେଇ ବସିଛି।
ପ୍ରଥମତଃ ସିହା ଠାରେ ନିର୍ମାଣ ହେଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ଗ୍ରାମୀଣ ପ୍ରଥମରୁ ବିବାଦରେ ରହିଥିବା ବେଳେ,ଚଳିତ ବର୍ଷ ମଧ୍ୟ ନୂତନ ଛତ୍ରଛାତ୍ରି ନାମଲେଖା ବନ୍ଦ ରହିଛି।କିଛି ମାସ ତଳେ ବିଜେଡ଼ି ନେତାଙ୍କ ତତତ୍ଵାବଧାନରେ ନିର୍ମାଣ ହୋଇଥିବା ପାଚେରୀ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଲଗାଣ ବର୍ଷାରେ ଭୁଶୁଡ଼ି ଯିବା ଚିତ୍ର ଅଞ୍ଚଳରେ ପ୍ରଘଟ ହୋଇଥିଲା।ବର୍ତ୍ତମାନ ସୁଦ୍ଧା ସମୟ ଅତିକ୍ରମ କରିଥିଲେ ସୁଦ୍ଧା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣରେ ଶାସକ ଦଳର କଳି ଝଗଡ଼ା ଓ ବିଧାୟକଙ୍କ ଆନ୍ତରିକତା ବାଧା ସୃଷ୍ଟି କରୁଛି ବୋଲି ଲୋକେ ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ବଡ଼ଚଣା ପୋଲିସ ଓ ଜିଲ୍ଲା ଉପ ଆରକ୍ଷୀ ନିରୀକ୍ଷକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ସତ।ହେଲେ କେଉଁଠି ନା କେଉଁଠି ପୋଲିସ ଚାପରେ ରହି ଏବେ ପର୍ଯ୍ୟନ୍ତ କାହାକୁ ଗିରଫ କରି ପାରିନି କି ପଚାରା ଉଚ୍ଚରା କରିବାକୁ ସାହାସ ପାଉନି। ଘଟଣା ଘଟିବା ଦିନର ସିସି କ୍ୟାମେରାରେ କିଛି ଦୃଶ୍ୟ ଯଦି କହିବା ବାହାର ରାଜ୍ୟରୁ ଆସି ଠିକା କାର୍ଯ୍ୟ କରୁଥିବା ସଂସ୍ଥାର ମାଲିକ ପ୍ରଥମେ ଏକ ଧଳା କାର ଧରି କମ୍ପାନୀ ବାହାରକୁ ଯିବା ସମୟରେ କାର ଟି ହଟାତ କିପରି ପଛକୁ ଫେରିଛି ଦେଖନ୍ତୁ। ସିହା ଗ୍ରାମପଞ୍ଚାୟତର କିଛି ଯୁବକଙ୍କୁ ସାଙ୍ଗରେ ଧରି ଯୋଗୀ ବଳ ଓ ଦୁର୍ଗା ଚରଣ ସାହୁ କିଭଳି ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ଭିତରେ ପ୍ରବେଶ କରି ନିଜର ପତିଆରା ଜାହିର କରୁଛନ୍ତି,ଏହା ଆମେ କହୁନୁ ଯାହା ସିଶି ଟିଭିର ଭିଡ଼ିଓ ଓ ଠିକା କାର୍ଯ୍ୟ କରୁଥିବା ସଂସ୍ଥାର କର୍ମଚାରୀ ଓ ସ୍ଥାନୀୟ ଲୋକେ କହୁଛନ୍ତି। ଏପଟେ କୌଣସି ପ୍ରତିକ୍ରିୟା ଦେବାକୁ ପୋଲିସ ମନା କରିଛି।
ତେବେ କେବେ ଆକ୍ସନ ନେବ ବଡ଼ଚଣା ପୋଲିସ,ଶାସକ ଦଳର କର୍ମୀ ବୋଲି ଚୁପ୍ ବସୁନିତ ପୋଲିସ,ତାହା ଦେଖିବା ବାକି।