ଅଧିକ ପଢନ୍ତୁ ଓଡ଼ିଶା ଖବର
ଗୋଟିଏ ପଟେ ମା’ଙ୍କୁ ସମ୍ମାନ ଓ ମହିଳା ସଶକ୍ତିକରଣର ନାରା ଦେଉଥିବା ବେଳେ ଆଉ ଗୋଟିଏ ପଟେ ମହିଳା ଏବଂ ଗୁଣ୍ଡାମାନଙ୍କୁ ଲଗାଇ ଜନ ପ୍ରତିନିଧିମାନଙ୍କୁ ଆକ୍ରମଣ କରୁଛନ୍ତି । ଏହା ବିଜୁଜନତା ଦଳ ଓ ରାଜ୍ୟ ସରକାରଙ୍କର ଦୋ ମୁହାଁ ନୀତିକୁ ପଦାରେ ପକାଇଛି । ମୁଖ୍ୟମନ୍ତ୍ରୀ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ଅହିଂସାର କଥା କୁହନ୍ତି ସେହି ଶାସକ ଦଳ ତାଙ୍କ ମୁଖିଆଙ୍କ ପ୍ରରୋଚନାରେ ଅନ୍ୟ ଦଳ ସହ ନିଜ ଦଳର ପ୍ରତିନିଧି ମାନଙ୍କ ପ୍ରତି ମଧ୍ୟ ହିଂସାତ୍ମକ ଆଚରଣ କରିବାକୁ ପଛାଉନାହାଁନ୍ତି । ଏହା ହେଉଛି ବିଜୁ ଜନତା ଦଳର ଭୟ ଓ ଅସୁରକ୍ଷିତ ମନୋଭାବର ପ୍ରତିଫଳନ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ବିଜୁ ଜନତା ଦଳ ୨୩ବର୍ଷ ଶାସନ କଲା ପରେ ବି ଓଡିଶାରେ ତାଙ୍କର ଟ୍ରାକ୍ ରେକର୍ଡ ଅତ୍ୟନ୍ତ ଖରାପ ସ୍ଥିତିରେ ପହଁଚିଛି । ଓଡିଶାବାସୀ ଶାସକ ବିଜେଡି ବିରୁଦ୍ଧରେ ବିକ୍ଷୋଭ କରୁଛନ୍ତି । ୨୩ବର୍ଷର ବିଫଳତାର ବୋଝ ଉପରେ ବସି ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ବର୍ତମାନ ରକ୍ତ ଚାଉଳ ଚୋବାଉଛନ୍ତି । ଭୟଭୀତ ଓ ଅସୁରକ୍ଷିତ ବିଜୁ ଜନତା ଦଳ ବର୍ତମାନ ଔଷଧ ବିକଳରେ ତାଟିଆ କାମୁଡୁଛି ଏବଂ ଜନପ୍ରତିନିଧିଙ୍କ ଉପରେ ସୁଝାଉଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।