ବିଜେଡ଼ି ସମର୍ଥିତ ପ୍ରାର୍ଥୀଙ୍କ ପୋଷ୍ଟର କଂଗ୍ରେସ ଓ ବିଜେପି କର୍ମୀ ଛିଣ୍ଡାଇ ଥିବାନେଇ ବିଜେଡ଼ି ସମର୍ଥକ ଅଭିଯୋଗ କରି କଂଗ୍ରେସ କର୍ମୀଙ୍କ ସହିତ ପାଟିତୁଣ୍ଡ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ତାଗିଦ କରିଥିଲା । କିନ୍ତୁ ଏହାକୁ କେନ୍ଦ୍ରକରି ସନ୍ଧ୍ୟାରେ ପୁଣି ବିଜେଡ଼ି ସମର୍ଥକ କଂଗ୍ରେସ ଓ ବିଜେପି ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ । ପୂର୍ବ ଯୋଜନା ମୁତାବକ ପଥୁରିଆ, ରଣମୁଣ୍ଡଳି ଆଦି ଗାଁରୁ ସମର୍ଥକ ଆଣି ବିଜେଡି ଏହି ଗଣ୍ଡଗୋଳ କରିଥିବା କଂଗ୍ରେସ ଅଭିଯୋଗ କରିଛି ।
ସୂଚନାଯୋଗ୍ୟ, ଫେବୃଆରୀ ୧୬ ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୬, ୧୮,୨୦,୨୨ ଓ ୨୪ ତାରିଖରେ ହେବ । ସେହିପରି ଫେବୃଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ । ଭୋଟ ଗଣତି ସମାପ୍ତ ସହ ଫେବୃଆରୀ ୨୮ ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ ।
୬ ହଜାର ୬୬୭ ଆସନ ପାଇଁ ସରପଞ୍ଚ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ହେବ ଲଢ଼େଇ । ସେହିପରି ୬,୪୬୭ ସମିତି ସଭ୍ୟ ଓ ୫୫,୩୬୭ ଜଣ ୱାର୍ଡ ମେମ୍ବର ଆସନ ପାଇଁ ମଧ୍ୟ ନିର୍ବାଚନ ଲଢ଼ିବେ ପ୍ରାର୍ଥୀ । କିଏ କରିବ ବାଜିମାତ ତାହା ଉପରେ ସମସ୍ତଙ୍କ ନଜର।