ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ ରାଜ୍ୟ ସରକାର ମାତ୍ର ୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦେଉଥିବାରୁ ଏହାକୁ ନେଇ ଅସନ୍ତେଷ ପ୍ରକାଶ କରିଛନ୍ତି ରାଜ୍ୟବାସୀ । ବର୍ତ୍ତମାନ ସମୟରେ ସବୁ ଜିନିଷର ଦରଦାମ ବୃଦ୍ଧି ପାଉଥିବା ବେଳେ ମାତ୍ର ୫ ଶହ ଟଙ୍କା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିବା କହିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନସ୍ଥ ଦଳାଙ୍ଗ ପଞ୍ଚାୟତବାସୀ । ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ୨୫୦୦, ଛତିଶଗଡ଼ ଓ ତେଲଙ୍ଗାନାରେ ୨୦୦୦, ପଶ୍ଚିମବଙ୍ଗରେ ୧୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବାରୁ ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ଲୋକେ । ଲୋକଙ୍କ ଅଭିଯୋଗ ଭେଣ୍ଡିଆ ପାଉଛନ୍ତି ଭତ୍ତା ବୟସ୍କ ହେଉଛନ୍ତି ବଞ୍ଚିତ ।
ରାଜ୍ୟରେ ବର୍ତ୍ତମାନ ୭୯ବର୍ଷ କିମ୍ବା ତାଠୁ କମ୍ ହିତାଧିକାରୀଙ୍କୁ ମାସିକ ୫ଶହ ଟଙ୍କା, ୮୦ରୁ ଅଧିକ ବୟସ୍କଙ୍କୁ ମାସିକ ୭ଶହ ଟଙ୍କା ଦିଆଯାଉଛି । ସେହିପରି ୪୦ରୁ ୫୯ପ୍ରତିଶତ ଦିବ୍ୟାଙ୍ଗଙ୍କୁ ୫ଶହ, ୬୦ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ୭ଶହ, ୬୦ ପ୍ରତିଶତରୁ ଅଧିକ ଶାରିରୀକ ଅକ୍ଷମତା ଥିବା ୮୦ବର୍ଷରୁ ଅଧିକଙ୍କୁ ମାସିକ ୯ଶହ ଟଙ୍କା ପେନସନ୍ ଦିଆଯାଉଛି ।