ଏପରି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ବିରୋଧରେ ଏକାଠି ହେଉଥିବା ଲୋକେ ବିଜେଡିର କର୍ମୀ ନୁହନ୍ତି ବୋଲି ସଫେଇ ଦେଇଛନ୍ତି ବିଧାୟକ ମୁକେଶ ପାଲ। ବିଧାୟକଙ୍କ ବିରୋଧରେ ନିର୍ବାଚନ ମଣ୍ଡଳୀରେ ଚାଲିଛି ଘନ ଘନ ବୈଠକ। ଭୋଜି ଭାତ ସାଙ୍ଗକୁ ଦଳୀୟ କର୍ମୀ ମେଳି କରୁଛନ୍ତି। ଏପରିକି ଆଗମୀ ନିର୍ବାଚନରେ ଯେପରି ମୁକେଶଙ୍କୁ ବିଜେଡି ଟିକେଟ ନମିଳିବ ସେ ନେଇ ବିରୋଧ ଜାରି ରଖାଯିବ ବୋଲି ଖୋଲାଖୋଲି କହିଛନ୍ତି ବିଜେଡି କର୍ମୀ। ସ୍ଥାନୀୟ ବିଜେପି ନେତା ଅଶୋକ ମହାନ୍ତି ମଧ୍ୟ ବିଜେଡି କର୍ମୀଙ୍କ ଅଭିଯୋଗକୁ ସମର୍ଥନ କରିଛନ୍ତି।
ନିର୍ବାଚନ ସମୟ ପାଖେଇବା ସହ ପାଲଲହଡ଼ାରେ ବିଜେଡିର ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ମୁକେଶ ପାଲ 2019 ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ମାତ୍ର 5 ହଜାର ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଥିଲେ। କିନ୍ତୁ ଯେଉଁ ଭଳି ଭାବେ ତାଙ୍କ ବିରୋଧରେ ଦଳ ଭିତରୁ ଅସନ୍ତୋଷ ବଢି ଚାଲିଛି। 2024 ରେ ଦଳର ନେତୃତ୍ବ ତାଙ୍କ ଉପରେ କେତେଦୂର ପୁଣି ଭରସା କରିବେ ତାହା ବଡ଼ ପ୍ରଶ୍ନ।
ଅଧିକ ପଢ଼ନ୍ତୁ ଓଡିଶା ଖବର: