ଅଧିକ ପଢନ୍ତୁ : ଶବ ଗଦାରୁ ପୁଅକୁ ଫେରି ପାଇଲା ବୁଢା ବାପା
ନିଶ୍ଚିତ ଭାବେ କିଛି ଭୁଲ ଭଟ କା ଯୋଗୁ ଏହି ଘଟଣା ଘଟିଛି ତେଣୁ ଆମେ ସିବିଆଇ ତଦନ୍ତକୁ ସ୍ୱାଗତ କରୁଛୁ । କୌଣସି ମୃତ୍ୟୁ ଲୁଚା ଯାଇନି । ଆମେ ପ୍ରାଣ ପ୍ରଣେ ଉଦ୍ୟମ କରି ସବୁ ଡେଡ଼ବଡ଼ି ବାହାର କରିଛୁ । ତଥ୍ୟ ଲୁଚେଇ ଆମର କଣ ଲାଭ ହେବ ଯେ ଆମେ ଲୁଚେଇବୁ । ସମସ୍ତେ ତନ ତନ କରି ଦେଖିଛିନ୍ତି । କେଉଁଠି କିଛି ଲୁଚା ଯାଇନି । ରାଜନୀତି କରିବାର ଇଏ ସମୟ ନୁହେଁ । ଅନେକ ଲୋକ ଚିକିତ୍ସିତ ହେଉଛନ୍ତି ଅନେକ ଲୋକଙ୍କ ଜୀବନ ଯାଇଛି । ସେମାନଙ୍କ ଛିଡ଼ା ହେବାର ଇଏ ସମୟ । ରାଜନୀତି କରିବା ପାଇଁ ବହୁତ ସମୟ ଅଛି । ଯେଉଁମାନେ ଏଇ ଘଟଣାକୁ ନେଇ ରାଜନୀତି କରୁଛନ୍ତି ସେମାନେ ଆଗ ଆହତ ଓ ମୃତ୍ୟୁ ବ୍ୟକ୍ତି ପରିବାର ସହ ଯାଇକି ଛିଡ଼ା ହୁଅନ୍ତୁ । କହିବା ବଦଳରେ ଯାଇକି କିଛି କରନ୍ତୁ । ଘଟଣାକୁ ନେଇ ରାଜନୀତି ନ କରନ୍ତୁ ।