ଅଭିଯୋଗ ଅନୁସାରେ ବିଜେପି କର୍ମୀ କାଳିଆ ଦାସଙ୍କ ଘରେ, ବିଜେଡିର ୧୦ କର୍ମୀ ଘରେ ପଶି କରିଥିଲେ ଆତଙ୍କରାଜ । ଏଫଆଇରରେ ବି ସେମାନଙ୍କ ନାଁ ରହିଛି...। ଚାନ୍ଦବାଲି ଭୂଇଁବୃତ୍ତି ପଞ୍ଚାୟତର ବହଡ଼ିଆ ଗାଁରେ ବିଜେଡି ଏମିତି ଦେଖାଉଛି ମୁଖିଆଙ୍କ ଅହିଂସା ବାର୍ତ୍ତା । ଅଭିଯୋଗ ଅନୁସାରେ ପୋଲିସ ଆଗରେ ବି ତାଙ୍କୁ ମାଡ଼ ହୋଇଛି ।
ଆକ୍ରମଣରେ ଆହତ ହୋଇଛନ୍ତି ବିଜେପି କର୍ମୀ ମିକୁ ଦାସ, ବଳରାମ ଦାସ ଓ ଶରତ ଦାସ। ଆଉ ଏହା ପଛରେ ପୂର୍ବରୁ ବିବାଦରେ ଥିବା ବିଜେଡି ନେତା ପ୍ରିନ୍ସ ରାକେଶ ନାୟକ ଥିବା ଅଭିଯୋଗ । ସେ ଚାନ୍ଦବାଲି ବିଜେଡି ବିଧାୟକ ବ୍ୟମକେଶ ରାଏଙ୍କ ଖାସ୍ । ପ୍ରିନ୍ସଙ୍କ ପୂର୍ବରୁ ଭଦ୍ରକ କଲେଜରେ ଆଡମିସନ ଜାଲିଆତିରେ ବି ଉଠିଛି । ଅଭିଯୋଗ ଅନୁସାରେ ତାଙ୍କ ଇସାରାରେ ହୋଇଛି ଆକ୍ରମଣ । ଆଉ ଶାସକ ଦଳର ଲିଙ୍କ୍ ଥିବାରୁ ସବୁକିଛି ଜାଣି ବି ପୋଲିସ ନା ଆକ୍ସନ ନେଉଛି ନା ସୁରକ୍ଷା ଦେଉଛି ।