
ନୟାଗଡ଼: ବିଜେଡ଼ି ନେତାଙ୍କ କେଳେଙ୍କାରୀ । ନକଲି ଆରଟିଓ ସାଜି ଫାଇନ୍ ନାମରେ ମୋଟା ଅଙ୍କର ଟଙ୍କା ଆଦାୟ କରୁଛନ୍ତି ବିଜେଡି ନେତା । ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମାଈଛେଳି ଠାରେ ନିଜକୁ ଆରଟିଓ ପରିଚୟ ଦେଇ ଗାଡ଼ିରୁ ଚାନ୍ଦା ମାଗୁଥିଲେ ବିଜେଡି ନେତା ।

ତେବେ ବହୁତ ସମୟ ଧରି ଫାଇନ୍ ନାମରେ ମୋଟା ଅଙ୍କର ଟଙ୍କା ଆଦାୟ କରିବା ପରେ ଘଟଣାସ୍ଥଳରେ ଏକ ମାଲବାହୀ ଟ୍ରକରୁ ଜୋରଜବରଦସ୍ତି 5000 ଟଙ୍କା ଚାନ୍ଦା ମାଗୁଥିବା ବେଳେ ସେଠାରେ ଟ୍ରକ ଡ୍ରାଇଭର ସହ ବଚସା ହେବାରୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଜମା ହୋଇଯାଇଥିଲେ । ଘଟଣାସ୍ଥଳରେ ନିଜକୁ ଆରଟିଓ ପରିଚୟ ଦେଉଥିବା ଗାଡ଼ିରେ(OD25G7333) ବିଜେଡ଼ିର ଦଳୀୟ ଚିହ୍ନ ଥିବାରୁ ଲୋକେ ସନ୍ଦେହରେ ଥାନା ଅଧିକାରୀଙ୍କୁ ଅବଗତ କରିଥିଲେ । ଏହାପରେ ଘଟଣାସ୍ଥଳରୁ ଗାଡ଼ି ଧରି ସମ୍ପୃକ୍ତ ବିଜେଡି ନେତା ଫେରାର ହୋଇଯାଇଥିଲେ ।
