ଚାରିଆଡେ ରାଜୁ ସାହୁ ପରି ନେତୃତ୍ୱ । ଆଉ ଏବେ ସେପରି ବିରୋଧର ସମ୍ମୁଖୀନ ହୋଇ ଚର୍ଚ୍ଚାରେ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ । ବିଧାୟକଙ୍କ ବିରୋଧରେ ନିଜ ପାୱାରର ମିସ୍ ୟୁଜ୍ ର ଅଭିଯୋଗ । ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବିଧାୟକ । ଚାପ ପକାଇ ବିକାଶ ମୂଳକ କାର୍ଯ୍ୟକୁ ବନ୍ଦ କରୁଛନ୍ତି । ଯାହାକୁ ନେଇ ଆଜି ପରଜଙ୍ଗ ଦେଖିବାକୁ ମିଳିଥିଲା ତୁମ୍ବି ତୋଫାନ ।
ବିଧାୟକଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ କର୍ମୀ । ଗୋଟେ ପଟେ ଚାଷୀଙ୍କୁ ପରୋକ୍ଷରେ ହଇରାଣ କରୁଥିବାବେଳେ ଅନ୍ୟପଟେ ଭୂମି ହୀନଙ୍କୁ ପଟ୍ଟା ବାଣ୍ଟିବାକୁ ଆସିଛନ୍ତି । ହେଲେ ଏ ଲୋକ ଦେଖାଣିଆ କଣ ପାଇଁ... ଯାହାକୁ ବିରୋଧ କରି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ବିଧାୟକ ନୃସିଂହ ଚରଣ ସାହୁଙ୍କ ଗାଡ଼ି ଆଗରେ ଶୋଇ ବିରୋଧ କରିଛନ୍ତି ବ୍ଲକର ପଞ୍ଚାୟତ ପ୍ରତିନିଧିମାନେ ।
ବ୍ଲକ କାର୍ଯ୍ୟଳୟର ସଭା ଗୃହଠାରେ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଗୋଣ୍ଠିକିଆ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ନୃସିଂହ ସାହୁ ଯୋଗ ଦେବାକୁ ଆସିବା ବେଳେ, ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଏକତ୍ରିତ ହୋଇ, ବିଧାୟକଙ୍କ ଗାଡ଼ି ସମ୍ମୁଖରେ ଶୋଇକି ପ୍ରତିବାଦ କରିଥିଲେ । ତାଙ୍କ ସହ ଆସିଥିବା ହଜାରେରୁ ଉର୍ଦ୍ଧ୍ୱ ପଞ୍ଚାୟତବାସୀ ଏକତ୍ରିତ ହୋଇ ନାରାବାଜି କରି ବିରୋଧ କରିଥିଲେ ।
ରାଜନୀତି ଖବର ଆହୁରି ପଢନ୍ତୁ ।