13 ତାରିଖରେ କଲେଜରେ ଶୈକ୍ଷକ ବାତାବରଣକୁ ନେଇ ପ୍ରତିକ୍ରିୟା ରଖିଥିଲେ ସିଦ୍ଧାର୍ଥ। ଏହାପରେ 15 ତାରିଖରେ ବିଜେଡି ନେତା କଲେଜରେ ପଶି ମାରପୁଟ କରିଥିଲେ। ଏବେ ପ୍ରଶ୍ନ 10ରୁ ଅଧିକ ବିଜେଡି ନେତା କଲେଜ କ୍ୟାମ୍ପସରେ ପଶିଲେ କେମିତି, କିଏ ଦେଲା ଅନୁମତି, ଅଧ୍ୟାପକଙ୍କୁ ମାଡ ମାରିବାର କିଏ ଦେଲା ସାହସ, ଦେଖନ୍ତୁ ମନ୍ତ୍ରୀ ଅଶ୍ବୀନ ପାତ୍ରଙ୍କ ସହ ଅଭିଯୁକ୍ତ ମାନଙ୍କ ଫଟୋ, ଶାସକ ଦଳ କହୁଛି ଆଇନ ତା ବାଟରେ ଯିବ, ହେଲେ ଏଠି ନିଜ ଦଳର ନେତାଙ୍କ ପାଇଁ ଆଇନର ବାଟ ବଙ୍କା । ସେପଟେ ଏ ପ୍ରସଙ୍ଗରେ ପ୍ରଶ୍ନ କଲେ କଲେଜ ଅଧ୍ୟକ୍ଷଙ୍କ ପାଟିରେ ତୁଣ୍ଡି।
ଧରାପଡିଯାଇଛି ବିଜେଡିର ଡବଲ ଷ୍ଟାଣ୍ଡାର୍ଡ। ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା କଥା କହୁଛି ବିଜୁ ଜନତା ଦଳ। ହେଲେ ସେହି ଦଳର ନେତା କଲେଜରେ କରୁଛନ୍ତି ହିଂସା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର