ସରକାରଙ୍କ ବ୍ୟାରେଜ ପ୍ଲାନ ଶୀତଳ ଭଣ୍ଡାରର । ସେପଟେ ମହାନଦୀ ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ଯୋଗୁଁ ସଙ୍ଗୀନ ସ୍ଥିତିରେ ହୀରାକୁଦ ଜଳଭଣ୍ଡାର । ବର୍ତ୍ତମାନ ହୀରାକୁଦ ଜଳସ୍ତର ୬୧୬.୬୯ ଫୁଟ୍ ତଳେ ଅଛି । 4 ଦିନ ତଳେ 617.51 ଫୁଟ୍ ଥିଲା । ଅର୍ଥାତ 4 ଦିନରେ ଗୋଟିଏ ଫୁଟ୍ କମୁଛି । ଯଦି ଏହି ହାରରେ ପାଣି କମେ ମେ ଶେଷ ବେଳକୁ 600 ଫୁଟରେ ପହଞ୍ଚିବା । ଆଉ 600 ଫୁଟରେ ପହଞ୍ଚିଲେ ପିଇବା ପାଣି, ଜଳସେଚନ ପାଇଁ ପାଣି ସମସ୍ୟା ସହ ବିଜୁଳି ଉତ୍ପାଦନ ବନ୍ଦ ହେବ । ହାରୀକୁଦ ଇତିହାସର ଏହା ପ୍ରଥମ ଘଟଣା ହେବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।
ବିରୋଧୀଙ୍କ ଅଭିଯୋଗ ମହାନଦୀ ପ୍ରସଙ୍ଗରେ ସରକାର ସବୁବେଳେ ପଛଘୁଞ୍ଚା ଦେଉଛନ୍ତି । ବିଜେପି କହିଛି, ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ମହାନଦୀର ଏ ଦୁର୍ଦ୍ଦଶା । କଂଗ୍ରେସ ମଧ୍ୟ ସରକାରଙ୍କୁ କରିଛି ଟାର୍ଗେଟ୍ । ଆପୋଷ ଆଲୋଚନା ପରିବର୍ତ୍ତେ ଟ୍ରିବୁନାଲକୁ ବାଛିଥିଲେ ସରକାର । ୫ ବର୍ଷ ପରେ ଫଳ ଶୁନ, 21 ମାସ ପାଇଁ ପୁଣି ବଢିଛି ଟ୍ରିବ୍ୟୁନାଲ କାର୍ଯ୍ୟକାଳ । ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି ବେଳେ ହୋଇଥିବା ନିଷ୍ପତ୍ତି ଅନୁସାରେ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ 17 ରୁ 21 ଏପ୍ରିଲ, ଏହାପରେ 29 ଏପ୍ରିଲରୁ 3 ମେ ଛତିଶଗଡ଼ ଯିବେ ଟ୍ରିବ୍ୟୁନାଲ ଟିମ୍ । ରାଜନୀତି ପଶାପାଲିରେ ମହାନଦୀ । ରାଜ୍ୟ ସରକାର ଆପୋଷ ଆଲୋଚନା କଲେନି କି ସାମଧାନ ହେଲାନି । କେନ୍ଦ୍ର ସରକାରଙ୍କ ପରାମର୍ଶ ସତ୍ତ୍ବେ ଆଗେଇନଥିଲେ ରାଜ୍ୟ ସରକାର । ଏପଟେ ହାରୀକୁଦରେ ସଙ୍ଗୀନ ସ୍ଥିତି । ଶୁଖିଲା ପଡିଛି ମହାନଦୀ ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ