ସଂଗଠନ ମଜବୁତ ସହ ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମକୁ ନେଇ 37 ହଜାର ବୁଥରେ ଆନ୍ଦୋଳନର ଖସଡା ପ୍ରସ୍ତୁତ କରିଛି ବିଜେପି । କୋର କମଟି ବୈଠକରେ ଏହି ଖସଡା ପ୍ରସ୍ତୁତ ହୋଇଛି । ମୋଦି ସରକାରଙ୍କ ସଫଳତାର ବାର୍ତ୍ତାକୁ ମଧ୍ୟ ଲୋକଙ୍କ ପାଖରେ ପହଁଞ୍ଚାଇବାକୁ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି । ଏହାକୁ କାର୍ଯ୍ୟକାରୀ କରିବାକୁ ଏହି ମାସ ୧୩, ୧୪ ଏବଂ ୧୫ ତାରିଖରେ ପୁରୀରେ ହେବ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର । ସେହିପରି 29 ଓ 30 ଦୁଇଦିନିଆ ଓଡିଶାଗସ୍ତରେ ଆସିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା । ସଂଗଠନ ମଜବୁତ ପାଇଁ ଏବେ ଠାରୁ ବିଜେପି ରଣନିତି ଆରମ୍ଭ କରିଥିବା ବେଳେ 19 ନିର୍ବାଚନରେ ତିନି ନମ୍ବର ଦଳରୁ ଦୁଇ ନମ୍ବରକୁ ଉଠି ମୁଖ୍ୟ ବିରୋଧୀ ଆସନରେ ବସିଥିବା ବିଜେପି, 24ରେ ଭୋଟ ବ୍ୟବଧାନ କେମିତି କମାଇବ ଏବା ତା ଉପରେ ସମସ୍ତଙ୍କ ନଜର ।