ଶିବିରର ଦ୍ବିତୀୟ ଦିନ ନିର୍ବାଚନ ପରିଚାଳନା ଉପରେ ମନମୋହନ ସାମଲ, ବିଜେପି ବିଚାରଧାରାର ମୂଳ ତତ୍ତ୍ୱ ଓ ନୀତି ଆଦର୍ଶ ଉପରେ ମହେଶ ଶର୍ମା, ମିଡିଆ ପରିଚାଳନା ଉପରେ ଗୋଲକ ମହାପାତ୍ର, ଭାରତର ସଂସ୍କୃତି ଓ ରାଷ୍ଟ୍ରବାଦ ବାବଦରେ ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ, ଜାତୀୟ ସୁରକ୍ଷା ଓ ପ୍ରତିରକ୍ଷାରେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ଏବଂ ବିଦେଶ ନୀତି ଉପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରଶିକ୍ଷଣ ଦେଇଛନ୍ତି । ଆସନ୍ତାକାଲି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ ରାଜନୈତିକ ରୋଡ଼ମ୍ୟାପ ଉପରେ ଟ୍ରେନିଂ ଦେବେ । ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡା ଆସନ୍ତା 29 ଓ 30ରେ ଆସିଲା ପରେ ପ୍ରସ୍ତୁତ ହେବ ଫାଇନାଲ ୱାର ମ୍ୟାପ୍ । ଅନ୍ୟପଟେ ବିଜେପି ଦିବା ସ୍ୱପ୍ନ ଦେଖୁଛି ବୋଲି କହିଛି ବିଜେଡ଼ି ।
22 ବର୍ଷର ବିଜେଡ଼ି ସରକାର କେମିତି କରାଯିବ ଗାଦିଚ୍ୟୁତ ? ତୃଣମୂଳ ସ୍ତରରେ କେମିତି ସଂଗଠିତ ହେବ ଦଳ ? ପ୍ରଶିକ୍ଷଣ ଶିବିରରେ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ । 2024 ସାଧାରଣ ନିର୍ବାଚନର ଅଗ୍ନି ପରୀକ୍ଷାକୁ ସାମ୍ନା କରିବାକୁ ଦଳର ଏହି ପାଠ୍ୟ କ୍ରମ କେତେ ସହାୟକ ହେଉଛି ତାଉପରେ ରହିଛି ନଜର ।