ଶ୍ରୀ ସିଂଙ୍କ ସମେତ ଗଁନ୍ଦିଆ ବ୍ଲକର ପୂର୍ବତନ ଅଧ୍ୟକ୍ଷା କୁନିଲତା ଦେହୁରୀ, ଦିଗମ୍ବରପୁର ଗ୍ରାମପଂଚାୟତ ପୂର୍ବତନ ସମିତି ସଭ୍ୟା ସ୍ୱର୍ଣ୍ଣଲତା ବିନ୍ଧାଣୀ, ସଦଙ୍ଗି ପୂର୍ବତନ ସରପଂଚ ଗୋବର୍ଦ୍ଧନ ନାୟକ, ମଥାତେନ୍ତୁଳିଆ ଗ୍ରାମ ପଂଚାୟତ ପୂର୍ବତନ ସରପଂଚ ସର୍ବେଶ୍ୱର ସାହୁ, ପୋରୁଆଖୋଜ୍ ଗ୍ରାମପଂଚାୟତ ପୂର୍ବତନ ସରପଂଚ ମାୟାଧର ସାହୁ, ଦାସମାନ୍ପାଟଣା ଗ୍ରାମପଂଚାୟତ ପୂର୍ବତନ ସମିତି ସଭ୍ୟ ଶଙ୍କର୍ଷଣ ବେହେରା, ସମିତିସଭ୍ୟା ନମିତା ସାହୁ, ସମାଜସେବୀ ଗାୟତ୍ରୀ ସାହୁ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଗଁନ୍ଦିଆ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ମମି ବେହେରା, କାଶିପୁର ଗ୍ରାମପଂଚାୟତ ପୂର୍ବତନ ସମିତିସଭ୍ୟ ତ୍ରିଲୋଚନ ପ୍ରଧାନ, ପୂର୍ବତନ ସମିତି ସଭ୍ୟା ବୁଲି ବେହେରା, ରତନପୁର ଗ୍ରାମପଂଚାୟତ ପୂର୍ବତନ ସରପଂଚ ବ୍ରଜବନ୍ଧୁ ଦେହୁରୀ, ନିହୋଳପ୍ରସାଦ ଗ୍ରାମପଂଚାୟତ ପୂର୍ବତନ ସମିତିସଭ୍ୟ ହରିହର ସାହୁ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହା ବ୍ୟତୀତ ଢେଙ୍କାନାଳ ଆରପିଆଇ ଜିଲ୍ଲା ସଂପାଦକ ପ୍ରହଲ୍ଲାଦ ବେହେରା, ଆଇନଜିବୀ ଜତିନ୍ଦ୍ରନାଥ ନନ୍ଦ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି ।
ସେହିପରି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ କଟକ ଜିଲ୍ଲା କଂଟାପଡା ବ୍ଲକ ଅନ୍ତର୍ଗତ ପୋସ୍ତଳ ପଂଚାୟତ ପୂର୍ବତନ ସରପଂଚ ତଥା କଂଗ୍ରେସ ବ୍ଲକ ସଭାପତି ପ୍ରଦୀପ ପାତ୍ର, ବଡପାଟସୁନ୍ଦରପୁର ପୂର୍ବତନ ସରପଂଚ ଦୁର୍ଯୋଧନ ସ୍ୱାଇଁ, ନୂଆଗାଁ ପୂର୍ବତନ ସରପଂଚ ରବିନ୍ଦ୍ର କୁମାର ସାହୁ, ବାଗଲପୁର ପୂର୍ବତନ ସରପଂଚ ବଦ୍ରିନାରାୟଣ ଦାସ, ବିଶିଷ୍ଟ ସମବାୟବିତ୍ ପବିତ୍ର ମୋହନ ରାଉତରାୟ, କୈଳାଶ ଦାସ, ବେଣୁଧର ଜଟ ପ୍ରମୁଖ କଂଗ୍ରେସ ଓ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ସାଂସଦ ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି, ରାଜ୍ୟ ଉପସଭାନେତ୍ରୀ ତଥା ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ପ୍ରଭାତି ପରିଡା, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା, କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲା ସାଧାରଣ ସଂପାଦକ ସୁନୀଲ ଶର୍ମା, ପ୍ରେମାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ । କଂଟାପଡା ମିଶ୍ରଣ ପର୍ବରେ ପୂର୍ବତନ ସାଂସଦ ତଥା ଏସସି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇ, କଟକ ସଦର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛବି ମଲ୍ଲିକ ଓ ସୁକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।