କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରୁ ଆସି ଭୁବନେଶ୍ବରେ ପହଞ୍ଚିବା ପରେ ଯେମିତି ପାରମ୍ପରିକ ଢଙ୍ଗରେ ସ୍ବାଗତ କରାଯାଇଥିଲା ଠିକ୍ ସେମିତି ନବୀନ ଦିଲ୍ଲୀରେ ଜୀବନ ବ୍ୟାପୀ ସାଧନା ସମ୍ମାନ ପାଇ ଭୁବନେଶ୍ବର ଫେରିବା ବେଳେ ଗ୍ରାଣ୍ଡ ୱେଲକମ୍ କରି ଶକ୍ତି ପ୍ରଦର୍ଶନ କଲା ବିଜେଡି । ଯେମିତି ବିଜେପିର ରାଜ୍ୟ ପ୍ରଭାରୀ ତଥା ରଣନୀତିକାରୀ ସୁନିଲ ବଂଶଲ 37 ହଜାର ବୁଥକୁ ଫୋକସ କରିଥିଲେ, ଏହା ପରେ ପରେ ଠିକ୍ ସେମିତି ସାଂଗଠନିକ ବୈଠକ ଡାକି ସମରସଜ୍ଜା କରିଥିଲା ବିଜେଡି । ରାଜ୍ୟରେ ଏକ ନମ୍ବର ଦଳ ବିଜେଡି ଓ 2 ନମ୍ବର ଦଳ ବିଜେପିର କ୍ୟମ୍ପରେ ସମ୍ଭାବନା ଓ ଆଶଙ୍କାର ଲଢେଇ । କାଳେ କିଏ ଲୋକପ୍ରିୟତାରେ ଆଗେଇଯିବ ସେଥିପାଇଁ ଚାଲିଛି ଛକାପଞ୍ଝା ।
୨୦୧୯ରେ ବିଧାନସଭାରେ ବିଜେଡିର ବଡ ବିଜୟ ସତ୍ତ୍ବେ ପରାଜୟ ଦୁଃଖ ବି ଭୋଗିଛି । ବିଜେଡି ୨୧ରୁ ୨୧ ଲୋକସଭା ଆସନ ପାଇଁ କରିଥିଲା ଅପିଲ୍ । ମାତ୍ର ୨୦୧୪ରେ ୨୦ ଲୋକସଭା ଆସନ ୨୦୧୯ରେ ୧୨ରେ ସୀମିତ ରହିଥିଲା । ଏହା ଥିଲା ଦଳର ନେତୃତ୍ବକୁ ଶକ୍ତ ଧକ୍କା । ଏଥର ବିଜେପି ୧୬ ଲୋକସଭା ଆସନ ପାଇଁ ଦାବି କରୁଛି । ଏଭଳି ସ୍ଥିତିରେ ବିଜେଡିର ରାଜନୈତିକ ଚିନ୍ତା ବଢିବା ସ୍ବାଭାବିକ । ବିଜେପି ବିରୁଦ୍ଧରେ ବିଜେଡି ଏହି ପ୍ରସ୍ତୁତିରୁ ତାହା ସ୍ପଷ୍ଟ ହୋଇଛି ।
ରାଜନୀତି ଖବର ଆହୁରି ପଢନ୍ତୁ ।