ଅନ୍ୟପଟେ ବିଜେପି ବିରୋଧରେ ମଧ୍ୟ ମହିଳା ଅପମାନର ଅଭିଯୋଗ ଆଣିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିବା ସହ ରାଜରାସ୍ତାକୁ ବି ଓହ୍ଲାଇଛି ବିଜେଡି । ପଦ୍ମପୁର ଉପ ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପ୍ରତି ବିଜେପି ନେତା ମାନେ ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ ଆଣିଛି ବିଜେଡି । ଭୁବନେଶ୍ଵର ରାଜମହଲ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ବିଜେପି ସାଂସଦ ଜୁଏଲ ଓରାମ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ ପଦ୍ମପୁର ଉପନିର୍ବାଚନ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ବିଜେଡି ନେତା ଓ କର୍ମୀ । ସେପଟେ ବିଜେଡିର ଅଭିଯୋଗ ଉପରେ ଜବାବ୍ ରଖିଛି ବିଜେପି ।
ତେବେ ଏସବୁ ଭିତରେ ବିଧାନସଭାରୁ ମିଳିଥିବା ସଦ୍ୟତମ ତଥ୍ୟରୁ ରାଜ୍ୟରେ ମହିଳା ହିଂସାର ଉଦବେଗଜନକ ଚିତ୍ର ସାମ୍ନାକୁ ଆସିଛି । ଥରେ ନଜର ପକାନ୍ତୁ ଦସ୍ତାବିଜ୍ ଉପରେ । ୨୦୧୯ରେ ଓଡିଶାରେ ୨ ହଜାର ୯୫୦ଟି ଦୁଷ୍କର୍ମ କେସ ବିଭିନ୍ନ ଥାନାରେ ଦାୟର ହୋଇଛି । ସେହିପରି ୨୦୨୦ରେ ୨ ହଜାର ୯୮୪ଟି ଏବଂ ୨୦୨୧ରେ ୩ ହଜାର ୩୨୭ଟି କେସ ରେଜିଷ୍ଟର ହୋଇଛି । ଆଉ ୨୦୨୨ ଅକ୍ଟୋବର ଶେଷ ସୁଦ୍ଧା ୨ ହଜାର ୧୬୯ଟି କେସ ରୁଜ୍ଜୁ ହୋଇଛି । ଅର୍ଥାତ ପ୍ରତି ବର୍ଷ ଦୁଷ୍କର୍ମ ମାମଲା ବଢି ବଢି ଚାଲିଛି । ହେଲେ ଏ ସବୁ କେସ ଗୁଡିକର ଦୋଷୀ ସାବ୍ୟସ୍ତ ହାର କେତେ ବୋଲି ପ୍ରଶ୍ନର ଉତ୍ତରରେ ତଥ୍ୟ ସଂଗ୍ରହ ଚାଲିଛି ବୋଲି କହିଛନ୍ତି ଦେଇଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ।
ରାଜନୀତି ଖବର ଆହୁରି ପଢନ୍ତୁ ।