ଆହୁରି ପଢନ୍ତୁ: ବ୍ୟବସ୍ଥାର ବାବୁଗିରିକୁ ନେଇ ହୁଳୁସ୍ତୁଲ ବିଧାନସଭା
ଅସିତ ତ୍ରିପାଠୀ, ବାଲ କ୍ରିଷ୍ଣନ, ଉପେନ୍ଦ୍ର ତ୍ରିପାଠୀ, ପି.କେ ମହାପାତ୍ର ଓ ଗୋପବନ୍ଧୁ ଦାସଙ୍କୁ ଅବସର ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ପୁନଃ ନିଯୁକ୍ତି କରାଯାଇଛି । ଏପରିକି ମନୋଜ ମିଶ୍ର ଇସ୍ତଫା ଦେବା ପରେ ମଧ୍ୟ ତାଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ରିଟାୟାର୍ଡ ଅଫିସରଙ୍କ କ୍ଲବ ପାଲଟିଥିବା ଅଭିଯୋଗ କରିଛନ୍ତି ଜୟନାରାୟଣ । ପୁନଃ ନିଯୁକ୍ତିକୁ ନେଇ ମୋ ସରକାର, 5-T ବିଚାର ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା । ରାଜ୍ୟରେ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳୁ ନଥିବା ବେଳେ ଅବସର ପ୍ରାପ୍ତ ଅଫିସରଙ୍କୁ ପୁନଃ ଥଇଥାନ କରାଯାଉଛି । ଗୃହରେ ଏ ନେଇ ସରକାରଙ୍କ ଷ୍ଟେଟମେଣ୍ଟ ରଖିବାକୁ ସେ ଦାବି କରିଛନ୍ତି ।
ଆହୁରି ପଢନ୍ତୁ: ‘5ଟି ଯଦି ଚିନ୍ତାଧାରା, ତା’ ହେଲେ ପଦବୀ କେଉଁଠୁ ଆସିଲା’