ଏବେ ନିର୍ବାଚନ ପାଇଁ ପଦ୍ମପୁରର ମାହୋଲ ସରଗରମ୍। ବିଜେଡି, ବିଜେପି ଆଉ କଂଗ୍ରେସର ପ୍ରାର୍ଥୀ ନିଜ ତରିକାରେ ଭୋଟରଙ୍କ ମନ କିଣିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କୁନା ଦା’ଙ୍କ ପ୍ରଚାର ସବୁଠୁ ନିଆରା, ସବୁଠୁ ଭିନ୍ନ। ସେ ବୁଲୁଛନ୍ତି ଘରକୁ ଘର। ମୁଣ୍ଡ ନୂଆଁଇବାର କୌଣସି ବି ଅବକାଶକୁ ସେ ହାତ ଛଡା କରି ନାହାନ୍ତି।
ବୁଡି ମାଉସୀର, କୁଲାରୁ ଚାଉଳି ପାଛୁଡି ଗୋଡି ବାଛୁଛନ୍ତି। ପ୍ରତିଶ୍ରୁତି, ଗୋଡି ଭଳି ତାଙ୍କ ଜୀବନରୁ ସମସ୍ୟାକୁ ପାଛୁଡିବାକୁ ପ୍ରଚେଷ୍ଟା କରିବେ। ନେତାଟିଏ କେତେ ମାଟି ମନସ୍କ ହୋଇପାରେ ତାହା ତାଙ୍କ ପ୍ରଚାରରୁ ଆପଣ ସ୍ପଷ୍ଟ ବାରିପାରିବେ। ଦାଣ୍ଡ ବାରଣ୍ଡାରେ ମାତୃତୁଲ୍ୟ ମହିଳାମାନଙ୍କୁ ସମ୍ମାନର ସହ ଭୋଟ ଭିକ୍ଷା। ପିଲାଙକ ସହ ପିଲା, ଆଉ ଯୁବକଙ୍କ ସହ ଯୁବକ।
ଶୂନ ଗାଡିର ଘୁର୍ଣ୍ଣୟମାନ ଚକା ଭଳି ପରିବର୍ତ୍ତନ ଆବଶ୍ୟକତାକୁ ସେ ଅନୁଭକ କରିଛନ୍ତି। କେଉଁ ଗାଁ ସାଇକେଲ ଧରି ବି ପ୍ରଚାର କରିଛନ୍ତି। ପ୍ରତିବଦଳରେ ତାଙ୍କ ତୁଙ୍ଗ ନେତୃତ୍ବକୁ ମିଳିଛି ଭୂୟଶୀ ପ୍ରଶଂସା। ଯଥୋଚିତ ସମ୍ମାନ। ଆଶା ମାଟିର ପୁଅକୁ ଆଶିର୍ବାଦ ମିଳିବ।