ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପାଇଁ ଆସନ୍ତା ୧୭ ତାରିଖ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ , ବିଧାୟକ ଶଙ୍କର ଓରାମ, ମୋହନ ମାଝୀ, ଭବାନୀ ଭୋଇ, କୁସୁମ ଟେଟେ, ସୁବାଷ ପାଣିଗ୍ରାହୀ, ନାଉରୀ ନାୟକ, ଡ.ମୁକେଶ ମହାଲିଙ୍ଗ, ପ୍ରକାଶ ସୋରେନ,ଜୟନ୍ତ ଷଡଙ୍ଗୀ, ନିତ୍ୟାନନ୍ଦ ଗଣ୍ଡ,ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି.ସିଂହଦେଓ ସମେତ ବହୁ ପଦାଧିକାରୀ ସାମିଲ ହେବେ ବୋଲି ଝାରସୁଗୁଡା ବିଜେପି ପ୍ରଭାରୀ ଶଙ୍କର ଓରାମ କହିଛନ୍ତି ।
ଓଡିଶା ଅର୍ଥନୀତିରେ ସବୁଠୁ ଅଧିକ ରାଜସ୍ୱ ଦେଉଥିବା ଜିଲ୍ଲାମାନଙ୍କ ଭିତରେ ଝାରସୁଗୁଡା ଜିଲ୍ଲା ଅନ୍ୟତମ । ବିଭିନ୍ନ ଦୂରାରୋଗ, ବାର୍ଦ୍ଧକ୍ୟ ଜନିତ ମୃତ କାରଣରୁ ଉପନିର୍ବାଚନ ହୋଇଥାଏ । କିନ୍ତୁ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କାରଣରୁ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ପୋଲିସ ଦ୍ୱାରା ହତ୍ୟା ହେବାକୁ ନେଇ ଉପନିର୍ବାଚନ ହେଉଛି । ଯାହାକି ଓଡିଶାବାସୀଙ୍କୁ ଅତ୍ୟନ୍ତ ଦୁଃଖ ଦେଉଛି ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
ଆହୁରି ପଢନ୍ତୁ ରାଜନୀତି ଖବର...