ଭୁବନେଶ୍ୱର: ରାଜ୍ୟସଭା ପାଇଁ ଜୋର ଧରିଲାଣି ରାଜନୀତି । କୁହାଯାଉଥିଲା ବିଜେଡି ସରକାରର ବହୁମତ ଥିବାରୁ ଖାଲିପଡ଼ିଥିବା 3ଟି ଯାକ ରାଜ୍ୟସଭା ଆସନରେ ବିଜେଡି ପ୍ରାର୍ଥୀ ନିର୍ଦ୍ଦ୍ୱନ୍ଦରେ ବିଜୟୀ ହେବେ । କିନ୍ତୁ ଏଥିରେ ଆସିଛି ନୂଆ ମୋଡ଼ । ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶାରେ ଖାଲି ପଡ଼ିଥିବା 3ଟି ଆସନ ମଧ୍ୟରୁ ଗୋଟିଏ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ଏନେଇ ବିଜେପି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ବିଜେପି ପକ୍ଷରୁ ଅଶ୍ୱିନୀ ପୁଜାରୀଙ୍କୁ ପ୍ରାର୍ଥୀ କରାଯାଇଥିବା ନିଜ ଟ୍ୱିଟ୍ର ଆକାଉଣ୍ଟରେ ରାଜ୍ୟବାସୀଙ୍କୁ ସୂଚନା ଦେଇଛି ଦଳ । ଦଳ ମୁଖିଆ ଅମିତ ଶାହ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
[caption id="attachment_78959" align="alignnone" width="286"]
The party has decided that Shri Ashwini Baishnab will be Bharatiya Janata Party's candidate for the upcoming bypolls to the Rajya Sabha from Odisha.
— BJP (@BJP4India) June 21, 2019
