ଯେଉଁ ପୋଲିସ ଅଧିକାରୀ ହତ୍ୟା କଲେ ତାଙ୍କୁ ସରକାର ବାରମ୍ବାର ମେଡାଲ ଦେଇଛନ୍ତି । ସେ କାହିଁକି ହତ୍ୟା ତାହା ବଡ଼ ପ୍ରଶ୍ନ । ଜଣେ ପୋଲିସ ହତ୍ୟା କରିବ ଆଉ ଜଣେ ପୋଲିସ ତାର ତଦନ୍ତ କରିବ । ଏଥିରେ କେମିତି ବିଶ୍ଵସନୀୟତ ରହିବ । କ୍ରାଇମବ୍ରାଞ୍ଚ ଯେଉଁ କେସ ନେଇଛି ତାର କେତେ ସଫଳତା ମିଳିଛି । 5.7 କନଭିକ୍ସନ ରେଟ ଓଡ଼ିଶାରେ ରହିଛି ।
ନବ ଦାସ କେବଳ ଜଣେ କ୍ୟାବିନେଟ ମନ୍ତ୍ରୀ ନଥିଲେ ଜଣେ ପ୍ରଭାବଶାଳୀ ନେତା ଥିଲେ । ପଶ୍ଚିମ ଓଡିଶାରେ ତାଙ୍କର ଅଖଣ୍ଡ କ୍ଷମତା ଥିଲା । ତାଙ୍କର ଏପରି ହତ୍ୟା ହେବା ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ । ବିଗତ ଦିନରେ ଅନେକ ଘଟଣାରେ ପ୍ରମାଣ ନଷ୍ଟ ହୋଇଛି । ଏଇ ଘଟଣାରେ ବି ପ୍ରମାଣ ନଷ୍ଟ କରିବା କରିବା ପାଇଁ ରାସ୍ତା ତିଆରି ହୋଇଛି । ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖୁଛି ଏଇ ଘଟଣାରେ ସିବିଆଇକୁ ତୃତୀୟ ପକ୍ଷ ଭାବେ ନେଇ ତଦନ୍ତ ଭାର ଦିଅନ୍ତୁ ।