ତେବେ ପାଇଖାନା ଟାଙ୍କିରୁ ମିଳିଥିବା ଦସ୍ତାବିଜ କେତେ ସତ, କେତେ ମିଛ ତାକୁ ନେଇ ଉଠିଚି ପ୍ରଶ୍ନ । ମିଳିଥିବା ଦସ୍ତାବିଜ କାହାର ? ଗୋପାଳ ଲେଖିଛନ୍ତି ନା ଜବରଦସ୍ତି ଲେଖେଇ ଦିଆଯାଇଛି ? କଣ ରହିଛି ପାଇଖାନାରୁ ମିଳିଥିବା ଦସ୍ତାବିଜରେ ? ଯୋଜନାବଦ୍ଧ ଭାବେ ଭୂଆଁ ବୁଲାଇବାକୁ ଚେଷ୍ଟା କରୁନି ତ କ୍ରାଇମବ୍ରାଞ୍ଚ ? ସତ ସାମ୍ନାକୁ ଆସିବ ନା ଜାମୁକୋଳି ଗପ ଭଳି ଲେଖା ହେବ ସ୍କ୍ରିପ୍ଟ ? ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପ୍ରଶ୍ନ ଉଠାଇଲା ବିଜେପି । କ୍ରାଇମବ୍ରାଞ୍ଚ ଲିପାପୋଛା କରୁଥିବା କହିଲେ ଲେଖାଶ୍ରୀ ସାମନ୍ତ ସିଂହାର । ସିବିଆଇ ତଦନ୍ତ ହେଲେ ସତ୍ୟ ପଦାକୁ ଆସିବ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।