ଗୁରୁତ୍ଵପୂର୍ଣ୍ଣ କଥା ହେଲା ଭୋଟ୍ ଲାଗି ଏ ସରକାର ଏତେ ବାୟା ହେଲାଣି ଯେ ସରକାରୀ କାର୍ଯ୍ୟକ୍ରମରେ ବି ଦଳୀୟ ଚିହ୍ନ ଶଙ୍ଖର ବ୍ୟବହାର କରୁଛି ବିଜେଡି । ଏମିତିକି ବିଜ୍ଞାପନ ଓ ରାସ୍ତା କଡରେ ଥିବା ହୋର୍ଡିଂରେ ବି ଲାଗୁଛି ଦଳୀୟ ଚିହ୍ନ ସିଏ ପୁଣି ସରକାରୀ ଯୋଜନାରେ । ଯାହାକୁ ନେଇ ବିଜେପି ଇସିଆଇଙ୍କ ପାଖରେ ଅଭିଯୋଗ କରିଛି । ଏମିତିକି ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ଚିହ୍ନକୁ ରଦ୍ଦ କରିବାକୁ ଦାବି କରିଛି ବିଜେପି ।
ବିଜେପିର ଅଭିଯୋଗ ଅନୁସାରେ, ବିଜେଡି ସରକାର ବିଭିନ୍ନ ସମ୍ବାଦପତ୍ର, ଟିଭି ଚ୍ୟାନେଲରେ ଦେଉଥିବା ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ବ୍ୟବହାର କରୁଛି । ଏମିତିକି ଓଏସ୍ଆରଟିସି ବସ୍ ଓ ରାଜ୍ୟ ସାରା ଲାଗିଥିବା ବିଭିନ୍ନ ହୋର୍ଡିଂରେ ଏହି ଚିହ୍ନକୁ ସରକାରୀ ଭାବରେ ବ୍ୟବହାର କରାଯାଉଛି । ଯାହା କି ନିର୍ବାଚନ କମିଶନଙ୍କ ଆଦର୍ଶ ଆଚରଣ ବିଧିକୁ ଉଲଘଂନ କରୁଛି । ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜୋର ଧରିଛି ଦାବି । ତେବେ ବିଜେଡି ସରକାର ଭୋଟ୍ ଲାଗି କିଛି ବି କରିପାରେ ବୋଲି ଏବେ ଛକ ଛକରେ ଜୋର ଧରିଲାଣି ଚର୍ଚ୍ଚା ।